ବାସୁଦେବ ପୁର:-
ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ପଞ୍ଚାୟରେ ମହା ସଂଘ ଟଙ୍କା ହଡପ ଅଭିଯୋଗ ତୀବ୍ର ହେବାରେ ଲାଗିଛି। ଏହି ମହା ସଂଘ ୭୫ରୁ ଉର୍ଦ୍ଧ ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ। ସରକାରଙ୍କ ଦ୍ବାରା ଗାଁ ଗହଳିରେ ନାରୀଙ୍କୁ ସ୍ବବାଅବଲମ୍ବି କରିବା ପାଇଁ ବିଭିନ୍ନ ସମୟରେ ଟଙ୍କା ଆସିଥାଏ। ଗୃପୁ ଗୁଡିକ ଏମ୍ବିକେକଙ୍କ ମାଧ୍ଯ୍ଯମ ଦେଇ ଟଙ୍କା ଲେଣ ଦେନ ହୋଇ ଥାଏ। ସୂଚନା ଯୋଗ୍ୟ ଯେ ଇରମ ମହିଳା ମହା ସଂଘ ସଭାନେତ୍ରୀ ଓ ସମ୍ପାଦିକାଙ୍କ ଉପରେ ମିଛରେ ୧୮ଲକ୍ଷ୍ଯ ୮୦ହଜାର ଟଙ୍କା ହାତ ଜମା ଅଛି ବୋଲି ଏମ୍ବିକେ ଦର୍ଶାଇଥିବା ରିପୋର୍ଟ ମିଛ ବୋଲି ସଂଘ ସଭାନେତ୍ରୀ ଓ ସଂମ୍ପାଦିକା ପ୍ରକାଶ କରିଛନ୍ତି। ୨୦୧୨ମସିହାରୁ ଏହି ସଂଘ କାର୍ଯ୍ୟ ଆରମ୍ଭ କରୁ ଥିବା ବେଳେ ସବୁ ସମୟରେ ଗୃପୁ ଗୋଡିକ ଟଙ୍କା ଆଣି ପୁର୍ନବାର ଫେରସ୍ତ କରି ଥାଆନ୍ତି। ହେଲେ କିଛି ବର୍ଷ ହେବ ଗୃପୁ ଗୋଡିକ ଟଙ୍କା ଦେଉଛନ୍ତି ରଶିଦି ପାଉଛନ୍ତି। ଏହି ୧୮ଲକ୍ଷ୍ଯ ୮୦ହଜାର ଟଙ୍କା ରୁ ଉର୍ଦ୍ଧ ହେରଫେର ହୋଇଛି ବୋଲି ସମାଜ ସେବୀ ଅକ୍ଷୟ କୁମାର ମହାପାତ୍ରଙ୍କ ସୂଚନା ଅଧିକାର ବଳରେ ପ୍ରକାଶ କରିଛନ୍ତି।ଏନେଇ ଇରମ ମହା ସଂଘର ସଭାନେତ୍ରୀ ଓ ସମ୍ପାଦକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଓଲେମ୍ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଏମ୍ବିକେଙ୍କର ଯୋଗା ଯୋଗା ହୋଇ ପାରିନାହିଁ। ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।

