Type Here to Get Search Results !

TRO 24 News ପକ୍ଷରୁ ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ

 

ଝାରସୁଗୁଡ଼ା :-

ଆଜି ଝାରସୁଗୁଡ଼ା ସହର ସ୍ଥିତ ହୋଟେଲ୍ ମେଘଦୂତ ଠାରେ ହର୍ଷ ଉଲ୍ଲାସ ସହ TRO 24 ନ୍ୟୁଜ ପରିବାର ର ଦ୍ଵିତୀୟ ବାର୍ଷିକୋତ୍ସବ ପାଳିତ ହୋଇ ଯାଇଛି। ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ତ୍ରିନାଥ ଗୁଆଲ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଝାରସୁଗୁଡ଼ା ଜିଲ୍ଲା ପୂର୍ବତନ ଓକିଲ ସଂଘ ସଭାପତି ଶ୍ରୀ ସୀୟାରାମ ଦାସ, ଜିଲ୍ଲା ପ୍ରେସ କ୍ଳବ୍ ସଭାପତି ଶ୍ରୀ ସନ୍ତୋଷ ମିଶ୍ର ଓ ଓଡ଼ିଶା ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମତୀ ବିଦ୍ୟୁତ୍ ଲତା ମହାନ୍ତି  ଏବଂ ମୁଖ୍ୟବକ୍ତା ରୂପେ ଶ୍ରୀ ମେହେବୁବ ମହତାବ ଆସନ ଅଳଙ୍କୃତ କରିଥିଲେ। ଚ୍ୟାନେଲ ମୁଖ୍ୟ ଶ୍ରୀ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ଚ୍ୟାନେଲ ର ସମସ୍ତ ଜିଲ୍ଲା ଓ ବ୍ଲକ ସାମ୍ବାଦିକ ଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଅତିଥି ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଏହି ଉତ୍ସବରେ ଅନେକ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ କୁ ଚ୍ୟାନେଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବ୍ୟୁରୋ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.