Type Here to Get Search Results !

ବିଜେଡ଼ି କୁ ଝଟକା, ତ୍ରିନାଥ ଙ୍କ ବିଜେପି ରେ ସାମିଲ

 

ଝାରସୁଗୁଡ଼ା :-

ସ୍ବର୍ଗତ କିଶୋର ମହାନ୍ତି ଙ୍କ ବିୟୋଗ ପରେ ଝାରସୁଗୁଡ଼ା ବିଜେଡ଼ି ଏକ ପ୍ରକାର ଦୋହଲି ଯାଇଛି। କିଶୋର ଙ୍କ ଅନୁଗତ ଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍ ଙ୍କ ଅସହଯୋଗ, ଅଣଦେଖା ଏବେ ଜିଲ୍ଲା ବିଜେଡ଼ି ରେ ଫାଟ ସୃଷ୍ଟି କରିବାରେ ଲାଗିଛି। ଆଗାମୀ ପୌର ନିର୍ବାଚନ ପୂର୍ବରୁ ସ୍ବର୍ଗତ କିଶୋର ମହାନ୍ତି ଙ୍କ ଖାସ ଅନୁଗତ ତଥା ଜିଲ୍ଲା ବାର୍ ଆସୋସିଏସନ୍ ର ସଭାପତି ଶ୍ରୀ ତ୍ରିନାଥ ଗୁଆଲ ଆଜି ଆନୁଷ୍ଠାନିକ ଭାବେ ବିଜେପି ରେ ଯୋଗଦାନ କରିଛନ୍ତି। ଶ୍ରୀ ଗୁଆଲ୍ ଚେୟାରମ୍ୟାନ ପଦବୀ ଆଶାୟୀ ଥିବା ସହ ସେ ଜଣେ ଝାରସୁଗୁଡ଼ା ବିଜେଡ଼ି ର ପୁରୁଖା ନେତା ଥିବା ବେଳେ ନବ ଦାସ ନିଜ ଅନୁଗତ ଙ୍କୁ ଟିକେଟ ଦେବା ନେଇ ବିବାଦ ସୃଷ୍ଟି ହୋଇଥିଲା ଦଳ ଭିତରେ। ତେବେ ଏସବୁ ଘଟଣାରେ  ଶ୍ରୀ ଗୁଆଲ ଅସନ୍ତୁଷ୍ଟ ହୋଇ ଆଜି ବିଜେପି ସଭାପତି ଶ୍ରୀ ମଙ୍ଗଳ ସାହୁ, ପୂର୍ବତନ ବିଧୟିକା ଶ୍ରୀମତୀ ରାଧାରାଣୀ ପଣ୍ଡା ତଥା ଅନ୍ୟାନ୍ୟ ବିଜେପି ନେତା ଙ୍କ ଉପସ୍ଥିତ ରେ ଯୋଗଦାନ କରିଛନ୍ତି। ତେବେ ତ୍ରିନାଥ ଙ୍କ ବିଜେପି ରେ ଯୋଗଦାନ ଦ୍ଵାରା ଆଗାମୀ ନିର୍ବାଚନ ରେ ବିଜେଡ଼ି କୁ ବଡ଼ ଝଟକା ଲାଗିବ ବୋଲି ଅଞ୍ଚଳରେ ଚର୍ଚା ଜୋର୍ ଧରିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.