କେନ୍ଦ୍ରାପଡ଼ା :-
କେନ୍ଦ୍ରାପଡ଼ା ରେ ଗୁଳିମାଡ । ସ୍ବାମୀ ମୃତ ଓ ମାଆ ପୁଅ ଗରୁତ୍ୱର । ସୂଚନାରୁ ପ୍ରକାଶ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତର ବବକରପୁର ଗ୍ରାମରେ ଆଜି ଗୁଳିମାଡ କରାଯାଇଛି । ବବକରପୁର ଗ୍ରାମର ଅରବିନ୍ଦ ମିଶ୍ରଙ୍କ ଘରେ କିଛି ଦୁବୃର୍ତ୍ତ ପଶି ପରିବାରର ସମସ୍ତଙ୍କୁ ଗୁଳୀମାରୀ ମାରିଦେବାକୁ ଉଦ୍ୟମ କରିଥିଲେ । ଏହା ଏକ ରାଜନୈତିକ ହିଂସାକାଣ୍ଡ ଆଶଙ୍କା କରୁଛନ୍ତି ଗ୍ରାମବାସୀ । ଦୁର୍ବୃତ୍ତ ମାନଙ୍କ ଗୁଳିମାଡ ରେ ବବକରପୁର ଗ୍ରାମର ଅରବିନ୍ଦ ମିଶ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ଅରବିନ୍ଦ ମିଶ୍ରଙ୍କର ପତ୍ନୀ ଓ ପୁଅ ଗୂରୁତ୍ୱର ଆହତ ହୋଇଥିବା ସୂଚନା ମିଳିଥିଲା। ଦୃବୃର୍ତ୍ତ ମାନଙ୍କୁ ଗ୍ରାମବାସୀ ମାନେ ଅଟକ ରଖିଥିଲେ। ମହାକାଳପଡ଼ା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଅରବିନ୍ଦର ଶବକୁ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ପଠାଇବା ସହିତ ଅରବିନ୍ଦଙ୍କ ପତ୍ନୀ ଓ ପୁଅକୁ ମହାକାଳପଡ଼ା ଚିକିତ୍ସାଳୟ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ । ଦୁଇ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ଗୁରୁତ୍ୱର ମାଆ ପୁଅ ଦୁହେଁ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ଗୁଳିମାଡ କରିଥିବା ଦୃର୍ବୃତ୍ତ ମାନଙ୍କୁ ମହାକାଳପଡ଼ା ପୋଲିସ କୋର୍ଟଚାଲାଣ କରିଛି । ଏଭଳି ଗୁଳିମାଡ କାଣ୍ଡ ଘଟାଇଥିବା ଦୁର୍ବୃତ୍ତ ମଧ୍ୟରେ ଜଣେ ବିଂଝାରପୁରର ଓ ଅନ୍ୟ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଖବର ପ୍ରସାରଣ ପରେ ଏହିଭଳି କାଣ୍ଡ କୁ ନେଇ ଶାସକ ଦଳ ଓ ପୋଲିସ ପ୍ରଶାସନ ଆସାମୀ ମାନଙ୍କ ଉପରେ କି ପ୍ରକାର ପଦକ୍ଷେପ ନେଇ ମୃତ ଅରବିନ୍ଦ ମିଶ୍ରଙ୍କ ପରିବାରକୁ କି ପ୍ରକାର ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। କେନ୍ଦ୍ରାପଡ଼ାରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ
