ଲଖନପୁର :-
ଗତ କାଲି ଆମ ଚ୍ୟାନେଲ ମାଧ୍ୟମରେ କିଭଳି କଳାହୀରା ଲୁଟ୍ ହେଉଛି, କିଭଳି MCL ଓ ପୋଲିସ ଚୁପ୍ ବସିଛି ଦଲାଲଙ୍କ ଆଗରେ ସେ ବିଷୟରେ news ପରିବେଷଣ କରାଯାଇଥିଲା। ତେବେ କିଛି ଦଲାଲ ଏହି news ପରେ କ୍ରୋଧରେ ଜରଜରିତ ହୋଇ ସୋସିଆଲ ମିଡିଆରେ ଅଭଦ୍ରାମୀ ର ପରିଭାଷା କୁ ଜଣେଇ ଦେଇଛନ୍ତି।
ତେବେ ସେ ସବୁ ଏଠି ସ୍ଥାନିତ କରିବା ପୂର୍ବରୁ ଆମେ କହି ରଖିବାକୁ ଚାହୁଁ, ଟ୍ରକ୍ ଓ ଡମ୍ପର ରେ ଚାଲାଣ ହେଉଥିବା ବିଷୟ ସହ ସାଇକେଲ ଓ ବାଇକ୍ ରେ ଚାଲାଣ ହେଉଥିବା କୋଇଲା ସମ୍ପର୍କରେ ଉଲ୍ଲେଖ କରାଯାଇଛି ସାଂପ୍ରତିକ news ରେ। ତେଣୁ ସେ ଚୋରି ଛୋଟ ହେଉ କି ବଡ ଚୋରି ଚୋରି ହିଁ ହୋଇଥାଏ। ତେଣୁ ଏ news ଦ୍ଵାରା ଆମେ କାହା ପେଟ ପାଟଣା ରେ ଗୋଇଠା ମାରିନାହୁଁ। ବରଂ ଏପରି ବ୍ୟବହାର ଦେଖାଇ ସେଇ ଦଲାଲ ମାନେ ନିଜେ ଜଣେଇ ଦେଉଛନ୍ତି କି ସେମାନେ ଚୋରି କରିବେ ହିଁ କରିବେ। ତେବେ ଏ ନେଇ ପୋଲିସ ଓ MCL ପକ୍ଷରୁ ପଦକ୍ଷେପ କଣ ନିଆ ଯାଉଛି ତାହା ଦେଖିବା ବାକି ରହିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
