Type Here to Get Search Results !

ମଦ ରୁ କଳହ, ସ୍ତ୍ରୀ କୁ ମାରିଦେଲା ସ୍ବାମୀ

 

ବେଲପାହାଡ଼ :-

ମଦ ସମାଜ କୁ ଦିନକୁ ଦିନ ଗ୍ରାସ କରିବାରେ ଲାଗିଥିବା ବେଳେ ରାଜସ୍ବ ଆଶାରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପାଇଁ ଗଳି ଗଳି ରେ ଏବେ ଖୋଲା ଯାଇଛି ମଦ ଦୋକାନ। ଏହା ଫଳରେ କିଭଳି ପାରିବାରିକ ହିଂସା ବୃଦ୍ଧି ପାଇବାରେ ଲାଗିଛି ଓ ଅମାନବୀୟ ଘଟଣା ଘଟି ଚାଲିଛି ଏହାର ଏକ ନିଚ୍ଛକ ଉଦାହରଣ ସୃଷ୍ଟି ହୋଇଛି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅଂଚଳରେ।

ଗତ କାଲି ରାତି ରେ ମଦ ପିଇ ସ୍ବାମୀ ଦ୍ଵାରା ସ୍ତ୍ରୀ ର ହତ୍ୟା ହୋଇଛି ବେଲପାହାଡ଼ ଥାନା ଅନ୍ତର୍ଗତ ମିର୍ଦ୍ଧଡେରା ଅଞ୍ଚଳରେ। ପ୍ରତି ଦିନ ଭଳି ମଦ୍ୟପ ସ୍ବାମୀ ରମେଶ ଖଡିଆ ମଦ ପିଇ ଘରକୁ ଆସି ନିଜ ସ୍ତ୍ରୀ କୁ ମାରପିଟ କରିବା ଏକ ନିତିଦିନିଆ ଘଟଣା ହୋଇ ଯାଇଥିଲା। କିନ୍ତୁ ଗତକାଲି ରାତି ରମେଶ ମଦ ପିଇ ଆସି ସ୍ତ୍ରୀ ସୁରୁବାଲି ଖଡ଼ିଆ  ସହ ଝଗଡା ହେବା ସମୟରେ ଅମାନୁଷିକ ଭାବରେ ଠେଙ୍ଗା ଦ୍ୱାରା ପିଟି ପିଟି ହତ୍ୟା କରିଛି। ରମେଶ ର ଦୁଇ ପୁଅ ଏକ ବିବାହ ଭୋଜି ରେ ଯାଇଥିବା ବେଳେ ବାପା ଏଭଳି ହତ୍ୟା ଭିଆଇଥିଲା। ଖବର ପାଇଁ ବେଲପାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଥେଇଥିବା ବେଳେ ହତ୍ୟାକାରୀ ସ୍ବାମୀ କୁ ଗିରଫ କରି ଏକ ହତ୍ୟା ମାମଲା ରୁଜୁ କରିଥିବା ସୂଚନା ମିଳିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.