ମହାଭାରତ ସିରିଆଲ ର ଖ୍ୟାତିସମ୍ପନ୍ନ ଭୀମ ଶ୍ରୀ ପ୍ରବୀଣ କୁମାର ଙ୍କ ଆଜି ୬୪ ବର୍ଷ ବୟସରେ ପରଲୋକ ହୋଇଛି। ସ୍ବର୍ଗତ ପ୍ରବୀଣ ଙ୍କ ବହୁଦିନ ଧରି ଅସୁସ୍ଥତା ପାଇଁ ସେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ମୃତ୍ୟୁ ଘଟିଛି। ସେ ତାଙ୍କ ଅଭିନୟ ଜୀବନରେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଓ ସିରିଆଲ୍ ରେ ଅଭିନୟ କରିଥିଲେ। ସେ ମଧ୍ୟରୁ ଚାଚା ଚୌଧୁରୀ ଶିରିଆଲ୍ ର ସାବୁ ରୋଲ ରେ ମଧ୍ୟ ବେଶ୍ ପରିଚିତ ଥିଲେ। ସେଇଭଳି ଅମିତାଭ ବଚ୍ଚନ ଓ ଜିତେନ୍ଦ୍ର ଙ୍କ ସହ ଅନେକ ଚଳଚ୍ଚିତ୍ର ରେ ଭିଲିଆନ ଅଭିନୟ କରିଥିଲେ। ତେବେ ଜନସାଧାରଣ ରେ ସେ ପ୍ରଖ୍ୟାତ ଶିରିଆଲ ମହାଭାରତ ର ଭୀମ ରୋଲ୍ ରେ ବେଶ୍ ଆଦୃତ ତଥା ପରିଚିତ ହୋଇ ପାରିଥିଲେ। ଆଜି ଏଭଳି ଏକ ମହାନ୍ କଳାକାର ଙ୍କ ବିୟୋଗ ରେ ସମଗ୍ର କଳାକାର ଙ୍କ ମଧ୍ୟରେ ଏକ ଦୁଃଖଦ ବାତାବରଣ ସୃଷ୍ଟି ହୋଇଛି। ବ୍ୟୁରୋ ରିପୋର୍ଟ

