Type Here to Get Search Results !

ଜଳ ଯୋଗାଣ ଓ ପରିମଳ କର୍ମଚାରୀ ସଂଘର ବୈଠକ



ଜଗତସିଂହପୁର :-

 ନିଖିଳ ଓଡିଶା ଜଳାଯୋଗାଣ ଓ ପରିମଳ ସଂଘ ଜଗତସିଂହପୁର ଜିଲ୍ଲା ପକ୍ଷରୁ ତିର୍ତୋଲ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ନେତୃତ୍ୱ ମାନଙ୍କ ଏବଂ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଆଶିଷ କୁମାର ନନ୍ଦ ଯୋଗଦେଇ କର୍ମଚାରୀଙ୍କ ବିଭିନ୍ନ ସମାଧାନ ବିଷୟରେ ଆଲୋଚନା କରିଥିଲେ ମୁଖ୍ୟତଃ ଜଳଯୋଗାଣ ଏବଂ ଅତି ଆବଶ୍ୟକୀୟ ସେବା ସଂସ୍ଥା ହୋଇଥିଲେ ମଧ୍ୟ ଦୀର୍ଘ 30ବର୍ଷ ରୁ ଉର୍ଦ୍ଧ ହେବ ଏହି ବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାଇ କରାଯାଇନଥିବା ଏବଂ ଅସ୍ଥାୟୀ କର୍ମଚାରୀଙ୍କୁ କୌଣସି ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇନଥିବା ଓ ଦୟାସାଧକ ବସାଇ ବିନା ଅବସରକାଳୀନ ସହାୟତାରେ ଅବସର ଦେଇ ଅନ୍ୟ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ଦେବାଦ୍ଵାରା କର୍ମଚାରୀ ମାନଙ୍କ ମଧ୍ୟରେ ଜୋରେ ବ୍ୟତିକ୍ରମ ଦେଖାଦେଇଛି ବୋଲି ଶ୍ରୀ ନନ୍ଦ ମତବ୍ୟକ୍ତ କରିବାସହ ସରକାର ସହାନୁଭୂତି ସହ ବିଚାର କରି ତ୍ଵାରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ l ଯଦି ସରକାରଙ୍କ ପକ୍ଷରୁ ନିକଟ ଅତୀତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ କର୍ମଚାରୀଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ସରକାରଙ୍କୁ ଠିକଣା ଜବାବ ଦିଆଯିବ ବୋଲି ଶ୍ରୀ ନନ୍ଦ ବକ୍ତବ୍ୟ କରିଥିଲେ l ଏହି ବୈଠକରେ ଜିଲ୍ଲା ସମ୍ପାଦକ ଶ୍ରୀ ବିଭୁତିଭୂଷଣ ନାୟକ, ରାଜ୍ୟ ଅଧକ୍ଷ ଶିବପ୍ରସାଦ ପରିଜା, ରାଜ୍ୟ କାର୍ଯ୍ୟକାରି କମିଟି ସଦସ୍ୟ ମଦନ ମୋହନ ଜେନା ,ଉପଖଣ୍ଡ ସମ୍ପାଦକ ରତ୍ନାକର ମହାନ୍ତି , ନାରାୟଣ ଦାସ., ନାରାୟଣ ନାୟକ ସତ୍ୟାନନ୍ଦ ପଲାଇ, ପ୍ରତାପ ରୁଦ୍ର ଜେନା, ଉମେଶ ବେହେରା,କଳ୍ପତରୁ ନାୟକ ଏବଂ ଜୋତିରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.