Type Here to Get Search Results !

ଜୋର୍ ଧରିଛି ଚାନ୍ଦନୀମାଲ ପଞ୍ଚାୟତରେ ତ୍ରୀସ୍ତରୀୟ ଭୋଟ୍ ପ୍ରଚାର

 

ବ୍ରଜରାଜନଗର :-

ଏବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ଚାନ୍ଦନୀମାଲ ଗ୍ରାମପଞ୍ଚାୟତରେ ଅନ୍ୟ ଏକ ରୂପରେ ପ୍ରଚାର ଦେଖିବାକୁ ମିଳିଛି । ହେମନ୍ତ କୁମାର ବଗାର ଆଜି ଚାନ୍ଦନୀମାଲ ଠୁ ଆରମ୍ଭ କରି ଆଜି ଘରକୁ ଘର ବୁଲି କେଛୋବାହାଲ ପର୍ଯ୍ୟନ୍ତ ଦୁଇଟି ଗାଁ କୁ ଆଜି ପ୍ରଚାର କରି ଚାନ୍ଦନୀମାଲ ରେ ଦୁଃଖି-ଦରିଦ୍ର ଖଟିଖିଆ ଦିନ ମଜୁରିଆ ମାନଙ୍କର ଦୁଃଖ ବୁଝିଥିଲେ । ସେମାନଙ୍କର ଏତେ ଦିନ ବିତିଯାଇଥିଲେ ମଧ୍ୟ କୈାଣସି ପ୍ରକାରର ସରକାରୀ ସୁବିଧା ମିଳୁନଥିବା ବୋଳି ଉକ୍ତ ପଢ଼ା ରେ ଥିବା ଲୋକେ କହିଛନ୍ତି । 

ଏ ଅଞ୍ଚଳରେ ହେଉଥିବା ଦୁର୍ନୀତି କୁ ହଟାଇବା ସହିତ ଗରିବ ଦିନ ମଜୁରିଆ ଖଟିଖିଆ ମାନଙ୍କର ସେବା ଶୁଶ୍ରୁଷା , ପାନୀୟ ଜଳ ଯୋଗାଣ , ହରିସ୍ ଚନ୍ଦ୍ର ଯୋଜନା , ଗ୍ରାମ ମାନଙ୍କରେ ଷ୍ଟ୍ରୀଟ୍ ଲାଇଟ୍ , ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ରାସନ୍ କାର୍ଡ ସହିତ ଅନ୍ୟ ସରକାରୀ ଯୋଜନା ଯୋଗାଇ ଦେବାପାଇଁ ଭୋଟର୍ ଦାତା ମାନଙ୍କୁ ମତ ପ୍ରକାଶ କରିଛନ୍ତି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.