Type Here to Get Search Results !

"ମମିତା ମେହେର କେସ, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ"


ବଲାଙ୍ଗୀର:- 

ବଲାଙ୍ଗୀର ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗତକାଲି(ଶୁକ୍ରବାର) ପୋଲିସ୍ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ପୋଲିସ୍ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି । ତେବେ ଗତ ଅକ୍ଟୋବର ୧୩ ତାରିଖରେ ଏହି ମାମଲା ବଲାଙ୍ଗୀର ସିନ୍ଧେକେଲା ଥାନାରେ ରେଜିଷ୍ଟର ହୋଇଥିଲା । ପୋଲିସର ତଦନ୍ତ ପରେ ଏହାର ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେକୁ ପୋଲିସ୍ ଅକ୍ଟୋବର ୧୯ ତାରିଖରେ ଗିରଫ କରିଥିଲା ।

 ତେବେ ପୋଲିସର ଏକ ସ୍ବତନ୍ତ୍ର ୮ ଟିକିଆ ଦଳ ଏଥିରେ ସାମିଲ ଥିଲେ। ବଲାଙ୍ଗୀର ଝରଣି ଗ୍ରାମର ଯୁବତୀ ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯିବା ସ୍ପଷ୍ଟ ହେବା ପରେ ସନସାଇନ୍ କଲେଜ୍ ଷ୍ଟାଡିୟମରୁ ମୃତ ଶିକ୍ଷୟତ୍ରୀଙ୍କ ଦେହାବଶେଷ ଉଦ୍ଧାର ହୋଇଥିଲା । ଯାହାପରେ ଏଥିରେ ଦୁଇ ଜଣଙ୍କୁ ଗିରଫ କରି ସ୍ବତନ୍ତ୍ର ଭାବରେ ଏହି ମାମଲା ପରିଚାଳନା କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପୋଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଥିଲ । ଯେଉଁଥିରେ ସାଇଣ୍ଟିଫିକ ପ୍ରମାଣ ସହ ଶହେରୁ ଉର୍ଦ୍ଧ୍ବ ଲୋକଙ୍କ ସାକ୍ଷ୍ୟ ପୋଲିସ୍ ଗ୍ରହଣ କରିଥିଲା । ସେହିପରି ଆଜି ମାମଲାକୁ ୧୨୦ ଦିନ ପୁରିବା ପୂର୍ବରୁ ଜେଏମଏଫସି କୋର୍ଟରେ ପୋଲିସ୍ ଚାର୍ଜସିଟ ଦାଖଲ କରିଛି ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତ ର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.