Type Here to Get Search Results !

ନିର୍ବାଚନ ଆଚରଣ ବିଧି ଉଲଘଂନ ପେକ୍ସ ସମ୍ପାଦକ ରାକେଶ ସାହୁଙ୍କ ନାମରେ ମାମଲା ଥାନାରେ !

 

ବଲାଙ୍ଗୀର / ବରଗଡ :-

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସାମ୍ବିଧାନିକ ନୀତିଆଦର୍ଶ ଅନୁଯାୟୀ ସମାପନ କରିବା ପାଇଁ ଗଣତନ୍ତ୍ରର ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ କମିଶନ ନିର୍ବାଚନ ଆଚରଣ ବିଧି ଜାରି କରିଛନ୍ତି, ଯାହା ଜନସାଧାରଣ, ପ୍ରଶାସନ, ପୋଲିସ ଏବଂ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନେଇ ଏକ ସୁସମାହିତ ବିଚାରରେ ତାହା ଫଳପ୍ରଦ ହୋଇଥାଏ। ବରଗଡ ଜିଲ୍ଲାରେ ଜଣେ PEO ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରି କାର୍ଯ୍ୟରୁ ବହିଷ୍କୃତ ହୋଇଥିବା ବେଳେ ଆଉ ଏକ ସମ୍ପାଦକ ନିର୍ବାଚନ ଆଚରଣବିଧି ଉଲଘଂନ କରିଥିବା ଅଭିଯୋଗ ଆସିଛି। ଝାରବନ୍ଧ ବ୍ଲକ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତରୁ ପ୍ରାପ୍ତ ସୂଚନା ଅନୁଯାୟୀ ଡଭା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ରାକେଶ ସାହୁ ନିଜ ମାଁ ଦିବ୍ୟସିନୀ ସାହୁ ସରପଞ୍ଚ ପ୍ରାର୍ଥୀ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତରୁ ନିର୍ବାଚନ ଲଢୁଛନ୍ତି। ଶ୍ରୀଯୁକ୍ତ ରାକେଶ ସାହୁ ଜଣେ ସରକାରୀ କର୍ମଚାରୀ ହୋଇ ସରକାରଙ୍କ ନିର୍ବାଚନୀ ମାର୍ଗଦର୍ଶୀକାକୁ ଭୁଲିଯାଇ ନିଜ ମାଁଙ୍କ ପ୍ରଚାର କରିଥିବା ଘଟଣା ଝାରବନ୍ଧ ଥାନାରେ ଅଭିଯୋଗ ହୋଇଛି। ବାବୁ ଜଣକ ଭୋଟ ହାତେଇବା ପାଇଁ ଲୋକଙ୍କୁ ପ୍ରଲୋଭନ ଦେଖାଇ ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମପାଲି, କେଉଦାଦର, ଦାବପାଲି, କୁକୁରୀପାଲି ଠାରେ ଭୋଟରଙ୍କୁ ନେଇ ନିର୍ବାଚନୀ ସଭା କରି ଯାହା ପ୍ରାଥମିକ କୃଷି ସମବାୟ ସମିତିରେ ମୋଟା ଅଙ୍କର କୃଷିଋଣ ପ୍ରଦାନ ଏବଂ ଦୀର୍ଘବର୍ଷରୁ ଖି୍ଲାପି ଚାଷୀଙ୍କ କାଗଜପତ୍ର ଠିକ୍ କରି ତାଙ୍କୁ ମଧ୍ୟ କୃଷିଋଣ ଦେଇ ମାଲେମାଲ୍ କରିବା ପାଇଁ କାଗଜପତ୍ର ଅସୁଲି କରି ମିଥ୍ୟା ପ୍ରତିଶୃତି ଦେଇ ଭୋଟରମାନଙ୍କ ମନରେ ଭ୍ରମ ସୃଷ୍ଟି କରିବା ସଙ୍ଗେ ସରକାରୀ ପଦବୀର ଅବ୍ୟବହାର କରୁଥିବାର ଘଟଣା ସାମନାକୁ ଆସିଛି। ଅନ୍ୟପଟେ ବାବୁଜଣକ କ୍ରୀକେଟ୍ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ଜର୍ସି ବଣ୍ଟନ ଏବଂ ଅର୍ଥରାଶି ସାହାଯ୍ୟ କରି ତା’ ବଦଳରେ ନିଜ ମାଁଙ୍କୁ ଭୋଟ ଦେବାପାଇଁ ଅନୁରୋଧ କରିଥିବା ଘଟଣା ଏବେ ଝାରବନ୍ଧ ବ୍ଲକ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

ମାମଲା ଥାନାକୁ ଯାଇ ଘଟଣା ହାଟରେ ପଡି ଦାଣ୍ଡରେ ଗଡୁଛି।ଏ ସମ୍ପର୍କରେ ଉଚ୍ଚସ୍ତରୀୟ ଦାବୀ ଜୋର ଧରିଛି l ବରଗଡ ଜିଲ୍ଲାପାଳ ତଥା ବିଭାଗୀୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କ ରେ ଧ୍ୟାନ ଦେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜନ ସାଧାରଣ ରେ ଦାବୀ ଜୋର ଧରିଛି lବଲାଙ୍ଗୀର ଜିଲ୍ଲାରୁ  ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.