ଝାରସୁଗୁଡ଼ା :-
ସମୟ ଠାରୁ କେହିବି ବଳବାନ ନୁହନ୍ତି ଏହା ପ୍ରମାଣିତ କରିଛି ଗତ କାଲି NH ୪୯ ରେ ଘଟିଥିବା ଦୁର୍ଘଟଣା। ଯାହାର ଆଉ କିଛି ଦିନ ମଧ୍ୟରେ ଜଳିଥାନ୍ତା ବାହା ବେଦିରେ ହୋମ ନିଆଁ, ଆଜି ଜଳିଛ ତା ଜୁଇ। ଯାହା ବାହାଘର ପାଇଁ ଘରେ ଶୁଭୁଥିଲା ଗହଳି ଆଜି ଶୁଣାଯାଉଛି କାନ୍ଦ ବୋବାଳି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଏମସିଏଲ କଲୋନୀ ରେ ବାସ କରୁଥିବା ମୃତ ଦୀପକ ଶା ଙ୍କ ପରିବାର ରେ।
ଘଟଣା ଅନୁସାରେ, ଗତକାଲି କୌଣସି ଏକ କାର୍ଯ୍ୟ ପାଇଁ ମୃତ ଦୀପକ ନିଜ ବନ୍ଧୁ ଏକାନ୍ତ ସା ଙ୍କ ସହ ଝାରସୁଗୁଡ଼ା ପଟୁ ଘରକୁ ଯାଉଥିବା ସମୟରେ ଏକ ବୋଲେରୋ ଗାଡ଼ି ସେମାନଙ୍କୁ NH୪୯ ସ୍ଥିତ ଏଚ କଟାପାଲି ନିକଟରେ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ହିଁ ଦୀପକ ସା ଙ୍କର ପ୍ରାଣବାୟୁ ଉଡି ଯାଇଥିବା ବେଳେ ଏକାନ୍ତ ସା ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ପାଇଁ ନିଆ ଯାଇଥିଲା।ତେବେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ୍ କରିବା ସହ ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଏହି ଘଟଣା ପରେ ବନ୍ଧବାହାଲ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି। ବନ୍ଧବାହାଲ୍ ରୁ ସମୀର ଙ୍କ ରିପୋର୍ଟ
