ନୂଆଦିଲ୍ଲୀ :-
୨୦୧୯ ଫେବୃଆରୀ ୨୬ ତାରିଖରେ ଭାରତ ପକ୍ଷରୁ ପାକିସ୍ଥାନ ସ୍ଥିତ ବାଲାକୋଟ ଏୟାର ଷ୍ଟ୍ରାଇକ କୁ ବିତିଯାଇଛି ୩ ବର୍ଷ। ତେବେ ଏ ଦିନ କୁ ମାନେ ପକେଇ ଲାଲ ଜରଜର ହୋଇ ବିତଣ୍ଡା ଯୁକ୍ତି ଟୁଇଟ୍ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସେ କହିଛନ୍ତି , ପୁଲୱମା ର ଘଟଣା କୁ ନେଇ ଯେଉଁଭଳି ଭାରତ ପାକିସ୍ତାନ କୁ ନିନ୍ଦା କରିଛି ତାହା ସମୁଚିନ ନୁହଁ। ସେ ଆହୁରି ଲେଖିଛନ୍ତି କି ସେ କୂଟନୀତି ମାଧ୍ୟମରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଥିବା ତିକ୍ତତା କୁ ଦୂର କରିବା ପାଇଁ ଚେଷ୍ଟିତ। କିନ୍ତୁ ଏହାକୁ ଭାରତ ପାକିସ୍ଥାନ ର ଦୁର୍ବଳତା ଭାବିବା ଭୁଲ। ଯୁଦ୍ଧ ହେଲେ ଭାରତ କୁ ଦୃଢ ଜବାବ ଦେବାକୁ ପାକିସ୍ଥାନ ପ୍ରସ୍ତୁତ ବୋଲି ଇମ୍ରାନ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଥାଉକି, ପୁଲୱମା ରେ ଜୈସ ଏ ମହମ୍ମଦ ର ଆତଙ୍କବାଦୀଙ୍କ ବିସ୍ଫୋରଣ ପରେ ଭାରତ ୨୦୧୯ ମସିହା ଫେବୃଆରୀ ୨୬ ତାରିଖରେ ପାକିସ୍ଥାନ ସ୍ଥିତ ବାଲାକୋଟ ଏୟାର ଷ୍ଟ୍ରାଇକ କରି ଉକ୍ତ ଆତଙ୍କବାଦୀ ଶିବିର କୁ ଧ୍ବସ୍ତ ବିଧ୍ବସ୍ତ କରିଥିଲା । ବ୍ୟୁରୋ ରିପୋର୍ଟ
