ବଲାଙ୍ଗିର:-
ଚଳିତ ବର୍ଷ ୨୦୨୨ ପାଇଁ ଜାତୀୟ ପଲସ ପୋଲିଓ ଅଭିଯାନ ଓ ବଲାଙ୍ଗିର ଜିଲ୍ଲା ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଠାରେ ଗୋଟିଏ ଶିଶୁ ଉଦ୍ୟାନକୁ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ଉଦଘାଟନ କରିଛନ୍ତି ।ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ ଅନୁକୂଲ୍ୟରେ ପରିଚାଳିତ ତଥା ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଅବସ୍ଥାପିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ଦ୍ୱାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ DIPRO ଜୟଦେବ ପାଣିଗ୍ରାହି , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସ୍ନେହଲତା ସାହୁ, ଡା. ଡି. କେ ପତି (ଡି ପି ଏଚ୍ ଓ ).ଡା. ସୁଧା ବାର୍ଲା (ଏ ଡି ପି ଏଚ୍ ଓ), ଡା. କେ. ସି ମହାନ୍ତିଆ (ଏ ଡି ପି ଏଚ୍ ଓ, ଭି ଏ ଡି )ଶ୍ରୀ ଚକ୍ର ସାହୁ (ଷ୍ଟେଟ ମନିଟର୍ ପଲ୍ସ ପୋଲିଓ ), ଗୁରୁଦେବ କୁମ୍ଭାର (ଡି ଏମ୍- ଆର୍ ସି ଏଚ୍ ), ରିତାଞ୍ଜଳୀ ମିଶ୍ର (ଡି ପି ଏଚ୍ ସି ଓ ), ଶ୍ରୀଯୁକ୍ତ ରାମାନୁଜ ପଣ୍ଡା (ଏ ପି ଏମ୍ - ୟୁ ଏଚ୍ ), ପିଟର୍ଶନ ଭୋଇ (ଆର୍ ଡବ୍ଲ୍ୟୁ ସି ଆଇ ଏନ୍ ), ସଞ୍ଜୟ ସତପଥି (କନସଲଟାଣ୍ଟ ) ଏବଂ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ର ନିର୍ଦେଶକ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର, ଚେୟାରମେନ ରବି ରଞ୍ଜନ ପୂଜାରୀ,ମେଡିକାଲ ଅପିସର ଡା ଆଶିଷ ବିଶ୍ଵାସ, ଗୌରବ ପ୍ରଧାନ, ଷ୍ଟାଫ ନର୍ସ ମାମି ସିଂଦେଓ, ରୋଜାଲିନା ହୋତା, ନିରୁମୟୀ ପଧାନ, ଖୁସିରାମ ନାଗ, ଯତୀନ ରାଜପୁତ, ରାହୁଲ ପାଲ, ସନ୍ତୋଷ ମେହେର (ଏଲ୍ ଟି ), ବିପିନ ସେଟ ପ୍ରମୁଖ ଯୋଗଦାନ କରି ପ୍ରାୟତଃହ ଚାଳିଶି ଜଣ ଉଦ୍ଦିଷ୍ଟ ବୟସ ଶିଶୁଙ୍କୁ ପୋଲିଓ ଦେବାରେ ସହାୟକ ହୋଇଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପଲସ ପୋଲିଓ ଏକ ଜାତୀୟ ଅଭିଯାନ ଓ ସରକାର, ପ୍ରଶାସନ ର ନିରନ୍ତର ଅଭିଯାନ ବୋଲି ମତବ୍ୟକ୍ତ କରିବା ସଙ୍ଗେ ଏହାକୁ କିଭଳି ବ୍ୟାପକ କରାଯାଇ ପ୍ରତ୍ୟେକ ଶିଶୁଙ୍କୁ ଟୀକାକରଣ ଅନ୍ତର୍ଭୁକ୍ତ କରାଯିବ ଏ ସମ୍ପର୍କ ରେ ଗୁରୁତ୍ୱାରୋ କରିଥିଲେ । ଏହା ପରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଏକ ଛୋଟ ଶିଶୁ ଉଦ୍ୟାନକୁ ଉଦଘାଟନ କରି ଏହାକୁ ଆହୁରି ସୁନ୍ଦର କରାଇବା ସାଙ୍ଗେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତି ସକାଶେ ନିର୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଙ୍କ ସହିତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସୁନ୍ଦର ପରିଚାଳନା ପାଇଁ ପିସ ଊନୀସନ ଚେୟାରମ୍ୟାନ ରବି ରଞ୍ଜନ ପୂଜାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କର ରିପୋର୍ଟ
