ବ୍ରହ୍ମପୁର :-
ବ୍ରହ୍ମପୁର ସହର ସ୍ଥିତ ଟିଏନଟି ଶିକ୍ଷାନୁଷ୍ଠାନ ପରିସରରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୁଜାର୍ଚ୍ଚନା ବେଶ ନିରଡାମ୍ବର ସହ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ମା ହଂସବାହିନୀଙ୍କ ପୁଜାର୍ଚ୍ଚନା କରାଯିବା ସହ ବିଶ୍ୱରୁ ମହାମାରୀକୁ ଦୂର କରିବା ତଥା ଶିକ୍ଷକ ସୁରଜ ବେହେରାଙ୍କ ଦୀର୍ଘ ଜୀବନ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା । ତେବେ ମାଘ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ କୁହାଯାଏ । ଏହି ଦିନରେ ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ଵାଗତ କରେ ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କୁ । ହଳଦିଆ ଫୁଲରେ ସଜେଇ ହୋଇଥାଏ ପ୍ରକୃତି ରାଣୀ । ସେଥିନିମନ୍ତେ ଏହି ଦିନ ହଳଦିଆ ବସ୍ତ୍ର ପରିଧାନର ନିୟମ ରହିଛି । ତେଣୁ ମାଙ୍କ ପୁଜା ଅବସରରେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ତଥା ଛାତ୍ରଛାତ୍ରୀମାନେ ହଳଦିଆ ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ କୌଶଳର ବିକାଶ ନିମନ୍ତେ ବେଶ ଟିଏନଟି ଶିକ୍ଷାନୁଷ୍ଠାନ ପରିସରରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୁଜା ଅନୁଷ୍ଠିତ ଶିକ୍ଷାନୁଷ୍ଠାନ ଟିଏନଟି ର ଛାତ୍ର ସଞ୍ଜୟ ମା ସରସ୍ୱତୀଙ୍କ ମୁର୍ତ୍ତି ତିଆରି କରିଥିବାବେଳେ ଦୀଘା ଏହାକୁ ଚିତ୍ରଣ କରିଛନ୍ତି । ଟିମ ୭ ଟାଇଗରସ ପୁଜା ମଣ୍ଡପର ଡେକରେସନ କରିଥିବାବେଳେ ଏଥିରେ ଶିକ୍ଷାନୁଷ୍ଠାନର ସୌରଭ, ଶିବାନୀ, ଅମ୍ବିକା, ମଧୁସ୍ମିତା , ସୁଶାନ୍ତ, ଇଶ୍ୱର, ଶ୍ରବଣୀ ଆଦି ଶିକ୍ଷକ ମାନେ ତାଙ୍କୁ ସହଯୋଗ କରିଥିଲେ । ପୁଜାରୀ ପ୍ରବୀଣ ହୋତା ମାଙ୍କ ପୁଜାର୍ଚ୍ଚନା କରିଥିବାବେଳେ ମନମୋହନ ପ୍ରସାଦର ବ୍ୟବସ୍ଥା କରିଥିଲେ । ତେବେ କୋଭିଡ ଗାଇଡଲାଇନକୁ ପାଳନ କରି କେବଳ ଶିକ୍ଷକ ମାନଙ୍କ ଉପସ୍ଥିତିରେ ପୁଜା ଅନୁଷ୍ଠିତ ହୋଇଯାଇଛି । ଏହା ପରେ ଶିକ୍ଷାନୁଷ୍ଠାନ ପକ୍ଷରୁ ବୃଦ୍ଧାଶ୍ରମଠାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ବ୍ୟୁରୋ ରିପୋର୍ଟ
