Type Here to Get Search Results !

ହେମାନନ୍ଦ ବିଶ୍ବାଳଙ୍କ ଶୋକସଭା ଅନୁଷ୍ଠିତ



ଝାରସୁଗୁଡା :-

ସମ୍ମିଳିତ ଆଦିବାସୀ ସମାଜ ତରଫରୁ କାପୁମାଲ ଗୋଁଣ୍ଡ ଭବନଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଅମର ଆତ୍ମାର ସତଗତି ଓ ଶୋକ ସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଞାପନ ପାଇଁ ଏକ ଶୋକ ସଭା ହୋଇଥିଲା। ଏହି ଶୋକସଭାରେ ବିଶ୍ବାଳଙ୍କର ସ୍ମୃତି ଚାରଣ ସହିତ ଆଦିବାସୀ ମାନଙ୍କୁ ସରକାର ଉଚିତ ସମ୍ମାନ ନଦେବା ପ୍ରକାଶ ପାଇଛି। ମୂଖ୍ୟ ମନ୍ତ୍ରୀ ଭଳି ରାଜ୍ୟର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ଥିଲେ ମଧ୍ୟ ତାଙ୍କ ମରଶରୀର ଶେଷକୃତ୍ୟରେ ସରକାରଙ୍କ କୌଣସି ସହାଯ୍ୟ ନରହିବା ଗଣତାନ୍ତ୍ରିକ ପଦ୍ଧତିର ଅପମାନ ଜନକ ମନେ ହେଉଛି। ବିଶେଷ ଭାବରେ ଆଦିବାସୀ ନେତୃତ୍ବକୁ କୋଣଠେସାପାଇଁ ବିଭିନ୍ନ ସଭା ସମିତି,ଗଣମାଧ୍ୟମରେ ମଧ୍ୟ ଆଦିବାସୀ ନେତା ପ୍ରକାଶିତ ହେବା କ୍ଷୋଭର ବିଷୟ। ହେମାନନ୍ଦ ବିଶ୍ବାଳ ଏକ ବିଛିନ୍ନାଞ୍ଚଳ ଏକ ସାଧାରଣ ଛୋଟିଆ ଗାଁରେ ଜନ୍ମ ହୋଇଥିଲେ ମଧ୍ୟ ସେ ଦିର୍ଘ ୧୯୭୪ ମସିହାରୁ ମୃତ୍ୟୁ ପର୍ଯ୍ୟନ୍ତ ଆଦିବାସୀ, ଦଳିତ, ପଛୁଆ ବର୍ଗ, ସାଧାରଣ ବର୍ଗଙ୍କୁ ଭେଦଭାବ ବିଚାର ନକରି ସମସ୍ତଙ୍କ ଉନ୍ନତି ପାଇଁ କାମ କରି ଆସିଥିଲେ। ରାଜ୍ୟ ଜନସଂଖ୍ୟାର ୨୩ ଭାଗ ଆଦିବାସୀ, ୨୭ ଭାଗ ହରିଜନ, ୫୨ ଭାଗ ପଛୁଆ ବର୍ଗ ଏବଂ ବାକି ସାଧାରଣ ବର୍ଗର ଲୋକମାନେ ବସବାସ କରନ୍ତି। ଏହି ସମସ୍ତଙ୍କର ସାମ୍ବିଧାନିକ ନେତୃତ୍ବ ରାଜ୍ୟର ମୂଖ୍ୟମନ୍ତ୍ରୀ ଭାବେ ଦୁଇ ଦୁଇ ଥର ଅଧିଷ୍ଠିତ ହୋଇଥିଲେ । ହେଲେ ଦୁଃଖର ବିଷୟ ତାକୁ ଆଦିବାସୀ ନେତା ଭାବରେ ପ୍ରତିପାଦିତ କରିବା ଅସାମ୍ବିଧାନିକ। ଦେଶର ସମ୍ବିଧାନରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶ ପରିଚାଳିତ ହେଉଥିବା ବେଳେ ନେତୃତ୍ବ ନେଉଥିବା ସମୟରେ ଏଭଳି ଉଚ୍ଚାରଣ ଆଦିବାସୀ ମାନଙ୍କ ନେତୃତ୍ବର ଉପହାସ। ଛଅ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇ ଥିବା ବେଳେ ଥରେ ଦେଶର ସଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଅଞ୍ଚଳ ମାନଙ୍କରେ କେବଳ ଆଦିବାସୀ ବସବାସ କରୁନଥିଲେ ତେଣୁ ଆଦିବାସୀ ନେତା ଭାବରେ ପ୍ରତିପାଦିତ କରିବା କେତେ ଦୁର ସମିଚିନ। ତେଣୁ ସମ୍ମିଳିତ ଆଦିବାସୀ ସମାଜ ସମସ୍ତ ଗଣମାଧ୍ୟମ ଓ ଦେଶର ସମସ୍ତ ଅଗ୍ରଣୀ ସମାଜକୁ ଅନୁରୋଧ କରୁଛି ଯେ ଦେଶର ଆଦିବାସୀମାନଙ୍କୁ ଠିକ ଭାବରେ ଦେଶ ବିକାଶର ମୂଖ୍ୟ ଶ୍ରୋତରେ ସାମିଲ କରି ଠିକ ଭାବରେ ତାଙ୍କ ନେତୃତ୍ୱର ପ୍ରତିପାଦିତ କରାଯାଉ। ଏହି ସଭାରେ ସାସର ସଭାପତି ମାଧବ ସିଂହ ନାଏକ ମୂଖ୍ୟ ଉପଦେଷ୍ଟା ମହେନ୍ଦ୍ର ନାଏକ, ଉପଦେଷ୍ଟା ରତ୍ନାକର ପ୍ରଧାନ, ଶ୍ୟାମଲାଲ ନାଏକ, ତ୍ରିଲୋଚନ ଡନସନା, ଫକିର ନାଏକ, ଗଙ୍ଗାଧର ଭୋଇ, ଶକୁନ୍ତଳା ନେଟି, ସୁରମା ନାଏକ, ଯଶୋଦା ନାଏକ, ତିଳୋତ୍ତମା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.