ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଗ୍ରାମରେ ସମ୍ପତ୍ତି ଭଏନା ନାମକ ବ୍ଯକ୍ତି ଗତ ରାତ୍ରିରେ ହାତୀ ଆକ୍ରମଣରେ ଆହତ ହୋଇ ଗାଇସିଲେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣା ପଡିଛି । ସୂଚନା ଅନୁସାରେ ଗତକାଲି ରାତ୍ରିରେ ପ୍ରାୟ ୧୨ଟା ସମୟରେ କେତୋଟି ହାତୀ ତାଙ୍କ ଘରକୁ ଆସି ଅତର୍କିତ ଭାବରେ ଘରକୁ ଭାଙ୍ଗି ଦେଉଥିଲେ । ସମ୍ପତ୍ତି ଭଏନା ରାତ୍ରିରେ ଶଦ୍ଦ ହେବାରୁ ଉଠି ପଡିଥିଲେ ଏବଂ ଚିତ୍କାର କରିବାରୁ ହାତୀ ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା । ଫଳରେ ସଂପୃକ୍ତ ବ୍ଯକ୍ତି ପ୍ରାଣ ଭୟରେ ଅନ୍ଯ ଘରକୁ ପଲାଇ ଯାଇଥିଲେ । ହାତୀ ଗୁଡିକ ତତକ୍ଷଣାତ ଚାଳି ଯାଇଥିଲେ । ଖବର ଟି ବନ ବିଭାଗ କୁ ଜଣାଇ ଦିଆଯାଇଛି ବୋଲି ଜଣା ପଡିଛି । ତାଙ୍କ କହିବାରୁ ୧୬ ୵ ୧୭ ଟି ହାତୀ ଥିଲେ ବୋଲି ଜଣା ପଡିଛି । ବନ ବିଭାଗ ହାତୀ ଗୁଡିକୁ ଘଉଡାଇବା ପାଇଁ ଏ ଅଞ୍ଚଳରେ ଦାବୀ ହେଉଛି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
