Type Here to Get Search Results !

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଲୋକେ ହସ୍ତସନ୍ତ


ପଦ୍ମପୁର :-

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଠିକାଦର ମାନଙ୍କ ମନୋମୁଖୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଦ୍ମପୁର ଏନଏସି ଅଧୀନରେ କୋଟି କୋଟି ଟଙ୍କା ମୂଲ୍ୟର ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି । କିନ୍ତୁ ଏହି କାମ ଗୁଡିକର ତଦାରଖ କରିବା ପାଇଁ ଏନଏସିରେ ସତେ ଯେମିତି କେହି ନାହାନ୍ତି । ଏଠାରେ କାର୍ଯ୍ୟରତ ଏକମାତ୍ର କନିଷ୍ଠ ଯନ୍ତ୍ରୀଙ୍କୁ କେହି କେବେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରୁଥିବା ଦେଖି ନାହାନ୍ତି । ଏପରିକି କୌଣସି ନିମ୍ନମାନର କାମ ପାଇଁ ତାଙ୍କ ପାଖକୁ ଫୋନ କଲେ ମଧ୍ୟ ସେ କାହାରି ଫୋନ ଉଠାଇବା ଜରୁରୀ ଭାବନ୍ତି ନାହିଁ । ଏହା ଫଳରେ ଏଠାକାର ଠିକାଦର ମାନେ ମନୋମୁଖୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏପରି ଏକ ନୂତନ ଡ୍ରେନ ନିର୍ମାଣ କାମ ପାଇଁ ସହରର ୩ ଓ ୪ ନମ୍ବର ୱାର୍ଡ ବାସିନ୍ଦାଙ୍କୁ ଦୀର୍ଘ ତିନି ମାସରୁ ବେଶି ସମୟ ହେଲା ବହୁ ହଇରାଣ ହରକତ ହେଉଛନ୍ତି । ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ସମନ୍ଵୟର ଅଭାବ ଯୋଗୁଁ ଏଠାରେ ନୂତନ ଭାବେ ନିର୍ମାଣ କରା ଯାଇଥିବା କଲଭର୍ଟ ରୋଡ଼ରୁ ପ୍ରାୟ ଦୁଇ ଫୁଟ ଉପରେ ନିର୍ମାଣ କରାଯାଇଛି,ଯାହା ଫଳରେ ଗଲି ଭିତରକୁ ପ୍ରବେଶ କରିବା କଷ୍ଟକର ମନେ ହେଉଛି । ଏହା ସହ ଡ୍ରେନର ପାର୍ଶ୍ୱ ଓ କଲଭର୍ଟର ଉଭୟ ପାର୍ଶ୍ଵ ଦୀର୍ଘ ଦିନ ହେଲା ଖୋଲା ପଡ଼ିଥିବାରୁ ବିପଜ୍ଜନକ ସ୍ଥିତି ସୃଷ୍ଟି କରୁଛି । ଏହି କାରଣରୁ ଏଠାରେ ଥିବା କଲଭର୍ଟ କୁ ଭାଙ୍ଗି ନୂତନ ଭାବରେ ନିର୍ମାଣ କରାଯିବା ସହ ବାକି କାମକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପଡ଼ାବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଦୃଷ୍ଟି ଦେବାକୁ ପଡ଼ାବାସୀ ଦାବି ଜଣାଇଛନ୍ତି ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.