ଭଦ୍ରକ :-
ଭଦ୍ରକରେ ବିଭିନ୍ନ ସ୍ଥାନରେ ବିଧାୟକ ସଂଜୀବ ମଲିକ ଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ କାର୍ଡ ବଣ୍ଟନ କରାଯାଇଛି। ଭଦ୍ରକ ଏରେଇ ପଞ୍ଚାୟେତ ସରପଞ୍ଚ ରଣା ଙ୍କ ନେତୃରେ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ବିଧାୟକ ଶୁଭାରମ୍ଭ କରିଥିଲେ। ଏହି ପଞ୍ଚାୟେତ ରେ 1318 ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଡ ଦ୍ୱାରା ଅତ୍ୟନ୍ତ ବଡ଼ ରୋଗ ରୁ ସାଧାରଣ ଲୋକଟିଏ ଉପକାର ପାଇପାରିବ ବୋଲି ବିଧାୟକ ସଂଜୀବ ମଲିକ କହିଛନ୍ତି। ଭଦ୍ରକ ରୁ ସେଖ ଅବଦୁଲ ଫିତର ଙ୍କ ରିପୋର୍ଟ
