Type Here to Get Search Results !

ଚାଷୀର ସରଳତାର ଫାଇଦା ଉଠାଉୁଛନ୍ତି ପେକ୍ସ ଅଧିକାରୀ ଓ ମିଳର୍ସ



ଧାନ ମଣ୍ଡି ରେ ଚାଳିଛି ମିଳର୍ସ ଙ୍କ ରାଜୁତି ଚରମ ଅବ୍ୟବସ୍ଥା ଭିତରେ ଏକାଧିକ ମଣ୍ଡି ?

ବଲାଙ୍ଗୀର :-

ଚାଷୀ ଅମଳ ସମୟରେ ବଲାଙ୍ଗୀର ଜିଲ୍ଲାରେ ଚାଷୀ ମାନଙ୍କ ପାଇଁ ଦୁର୍ଦ୍ଦଶା ଆଣି ଦେଇଛି "ଚାଷୀ ମାନଙ୍କ ପାଇଁ ଵୋଝ ଉପରେ ନଳିତା ଵିଡା ସଦୃଶ" (ପ୍ରାଥମିକ କୃଷି ସମବାୟ ସମିତି ର ବଲାଙ୍ଗୀର ଜିଲ୍ଲାର ସଵୁ ପେକ୍ସ ମାନଙ୍କରେ ମିଲର୍ସ ଙ୍କ ଚାଳିଛି ମନମାନୀ କାରବାର । ସରକାରଙ୍କ ଗାଇଡଲାଇନ କୁ ଉଲ୍ଲଙ୍ଘନ କରାଯାଇ ଅନେକ ସ୍ଥାନରେ ଅବାଧରେ ଧାନକିଣାବିକା କରାଯାଉଛି । ଅନେକ ସ୍ଥାନରେ ବହୁ ବିଳମ୍ବରେ ଧାନ କିଣାବିକା ଆରମ୍ଭ ହୋଇଥିବା ବେଳେ କାଗଜପତ୍ରରେ କୌଣସି ପେକ୍ସରେ ବି ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ । ଅନେକ ପେକ୍ସରେ  ଅଖା ବସ୍ତା ବଦଳରେ  ଜରିବାସ୍ତା ଅଣାଉଛି ଯାହା ସରକାରୀ ନିୟମ ବିରୁଦ୍ଧ ଅଟେ ।    

ବଲାଙ୍ଗୀର ଜିଲ୍ଲାରେ ଧାନ କିଣାରେ ଦୁର୍ନୀତି ଓ ଜିଲ୍ଲାର ଥିବା ୧୫୭ ଟି ପେକ୍ସରେ ଚାଲିଥିବା ଆର୍ଥିକ ଅନିୟମିତତା ଓ ଚାଷୀ ମାରଣ ନୀତି ନେଇ ଏବେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାର ସବୁ ପେକ୍ସରେ  କଟନି ଛଟନି ନାଁ ରେ ନିରୀହ ଚାଷୀ ମାନଙ୍କୁ ଶୋଷଣ କରାଯାଇଉଛି । ଗୋଟିଏ ପଟେ ପେକ୍ସ ସଂପାଦାକ ମାନେ ଏକାଧିକ ପେକ୍ସର ଦାୟିତ୍ୱରେ ରହିଥିବା ବେଳେ ସେମାନେ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ତଳାଇ ପାରୁ ନାହାନ୍ତି । ଏକ ଅନୁସନ୍ଧାନରୁୁ ଜଣାପଡିଛି ଯେ ଧାନ କିଣାବିକାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ପ୍ରତ୍ୟେକ ପେକ୍ସ ତଥା ଧାନ ଅନ୍‌ଲୋଡିଂ ସ୍ଥାନରେ ସିସି ଟିଭି ସଂଯୋଗ ହେବା କଥା କିନ୍ତୁ ଏକାଧିକ ପେକ୍ସ ଗୁଡିକରେ ସିସିଟିଭି ସଂଯୋଗ ହୋଇ ନାହିଁ କିମ୍ବା ସିସି ଟିଭି ଥାଇ ବି ଅଚଳ ହୋଇ ପଡିଛି ।  ଏ ପର୍ଯ୍ୟନ୍ତ ୮ଲକ୍ଷ କୁଇଣ୍ଟାଲ ଧାନକିଣା ସରିଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ପେକ୍ସରେ ଚାଷୀ ଅସନ୍ତୋଷ ର ଖବର ସାମ୍‌ନାକୁ ଆସିଛି । ଆଗଲପୁର ବ୍ଲକ ଡୁଡକା ପେକ୍ସରେ ଅସନ୍ତୋଷ ଚାଷୀ ମାନେ ନାମ ପଂଜିକୃତକୁ ନେଇ ଆଗପଛ ହୋଇଥିବା ଅଭିଯୋଗ କରି  ପେକ୍ସ ସଂପାଦକ ରାଧାକାନ୍ତ ସାହୁଙ୍କୁ ଘେରିଥିଲେ । ପୁଣି ବିଡିଘାଟ, ଭାଲେର,ଝାଙ୍କରପାଲି ଆଦି ପେକ୍ସରେ ସଂପାଦକ ମାନେ ଏକାସାଙ୍ଗରେ ଦୁଇ ଦୁଇଟି ପେକ୍ସରେ ଦାୟିତ୍ୱରେ ରହିଥିବା ଯୋଗୁଁ ଧାନ କିଣାବିକାରେ ଅବ୍ୟବସ୍ଥା ଦେଖା ଦେଇଛି ।ପୁଇଁତଲା ଵ୍ଳକ ର ପୁଇଂନ୍ତଳାପେକ୍ସ, ଦଶପୁର ପେକ୍ସରେ ଵୁଵେଳପେକ୍ସ, ମଳମଣ୍ଡା ପେକ୍ସ ରେ ବ୍ୟାପକ କଟନି ଛଟନି ଚାଲିଥିବାର ଅଭିଯୋଗ ହୋଇଛି । ବହୁ ସ୍ଥାନରେ ପେକ୍ସ ଅଧିକାରୀ ଓ ମିଲର୍ସ ଚାଷୀର ସରଳତାର ସୁଯୋଗ ନେଇ ଶୋଷଣ କରୁଥିବାର ଅଭିଯୋଗ ଆମର ହସ୍ତଗତ ହୋଇଛି । ଆଗଲପୁର ବ୍ଲକର ଵ୍ଳକ ବିଭିନ୍ନ ପେକ୍ସର ଦଲାଲ ଜରିଆରେ ଧାନ କିଣା ଚାଲିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ମଣ୍ଡିରୁ ମିଲର୍ସ ଧାନ ନେଉଥିବାରୁ ମନଇଛା କଟନି ଛଟନି କରୁଛନ୍ତି । ରୋତ୍ ଓ ଭରସୁଜା ପେକ୍ସରେ ଧାନକିଣା ବିକାରେ ଚରମ ଅବ୍ୟବସ୍ଥା ତଥା ପେକ୍ସ ଅଧିକାରୀ ମାନଙ୍କ ମନୋମୁଖୀ କାରବାର ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏପରି ଅସାଧୁ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।  ଏହାରି ଭିତରେ ଅନେକ ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଇ ଧାନ କିଣାବିକା ଆରମ୍ଭ ହୋଇଯାଇଛି । 



ଏଥର ଅନେକ ପେକ୍ସରେ ବହୁ ବିଳମ୍ବରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ବହୁ ଚାଷୀ ନିଜ ଟୋକନ ଲେପ୍ସ ହୋଇଯିବା ଚିନ୍ତାରେ ରହିଛନ୍ତି । ଧାନକିଣା ବିକାରେ ଏପରି ଅବ୍ୟବସ୍ଥା ଚାଲିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ କିନ୍ତୁ ଧାନକିଣାବିକା ସୁରୁଖୁରୁରେ ଚାଲିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବଲାଙ୍ଗୀର ଜିଲ୍ଲାପ୍ରଶାସନ ଆଗାମୀ ଦିନରେ ଦୃଷ୍ଟି ଦେବାକୁ ଚାଷୀ ମାନଙ୍କ ଗଣମାଧ୍ୟମ ପ୍ରତିନିଧିମାନଙ୍କର ର ଜରିଆରେ ନିଵେଦନ ଜଣାଇଛନ୍ତି।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.