ବାସୁଦେବପୁର :-
ଆଜି ବାସୁଦେବପୁର ସ୍ଥିତ ଯାଦବ ପଡିଆ ଠାରେ ବିଜୁ ଜନତା ଦଳ ତରଫରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଭଦ୍ରକ ସାଂସଦ ମାନନୀୟ। ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ବ୍ରତ ରାଉତ ରାୟ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଆଜିର କାର୍ଯ୍ୟ କର୍ମ କୁ ବ୍ଲକ ସଭାପତି ଦିନ ବନ୍ଧୁ ଦାସ ଙ୍କ ସଭାପତିତ୍ବ ରେ କାର୍ଯ୍ୟ କର୍ମ ଅନୁଷ୍ଠିତ ହେଇ ଥିବା ବେଳେ ଯୁବ ବିଜେଡ଼ି ନେତା ଶଶି ଭୂଷଣ ବାରିକ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟ ରେ ବ୍ଲକ୍ ଅଧ୍ୟକ୍ଷା ପୂର୍ଣ୍ଣିମା ମହାଳିକ, ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ନଗର ସଭାପତି ଶ୍ୟାମ ସୁନ୍ଦର ମହାନ୍ତି, ନଗର ଯୁବ ସଭାପତି ମାନସ ରଞ୍ଜନ ସାହୁ, ସରପଂଚ ପ୍ରଫୁଲ୍ଲ ପଳିତ।, ପ୍ରଫୁଲ୍ଲ ବିଶ୍ଵାଳ, ଙ୍କ ସହ ବିଭିନ୍ନ ପଞ୍ଚାୟତ ର ସରପଂଚ, ନଗେନ୍ଦ୍ର ବିଶ୍ଵାଳ, ନାରୀ ନେତ୍ରୀ ଜୟନ୍ତୀ ବାରିକ, ରଶ୍ମିତା ଦାସ, ଛାତ୍ର ସଭାପତି କାଳନ୍ଦୀ ସାହୁ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟ କର୍ମ ରେ ବାସୁଦେବପୁର ରେ ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ର ବିଭିନ୍ନ ୱାର୍ଡ ରୁ ବିଜୁ ଜନତା ଦଳ ର ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟ କର୍ମ କୁ ସଫଳ କରାଇଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ରୁ ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।
