Type Here to Get Search Results !

ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ନୂତନ କମିଟି ଗଠିତ



ପଦ୍ମପୁର :-

ଆଜି ପଦ୍ମପୁର ମାରୁତି ନଗର ଠାରେ ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ସାହୁଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନୂତନ ପଦାଧିକାରୀ ଏବଂ ନୂତନ କର୍ମକର୍ତ୍ତା ଚୟନ କରା ଯାଇଥିଲା । ସର୍ବ ସମ୍ମତିକ୍ରମେ ସଂଘର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ସାହୁଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଥିଲା ।ପରେ ସଭାପତିଙ୍କ ଅନୁମୋଦନ କ୍ରମେ ସୁଦାମ ସାହା ଙ୍କୁ ଉପସଭାପତି, ଦିବ୍ୟକିଶୋର ଡନସନା ସମ୍ପାଦକ, ଟଙ୍କଧର ବାଗ୍ ସହସମ୍ପାଦକ,ଗିରିସ୍ ଚନ୍ଦ୍ର ସାହୁ କୋଷାଧ୍ୟକ୍ଷ,ଲଲିତ ପଟେଲ ସହ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । ଯୁବ ଆଇନଜୀବୀ ତଥା ସାଂସଦ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଣ୍ଡା ଙ୍କୁ ଆଇନ ପରାମର୍ଶଦାତା ଭାବରେ ମନୋନୀତ କରାଯାଇଥିଲା ।

ସଂଘର ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ତା'ର ସମାଧାନ କରିବା ପାଇଁ ମିଳିତ ପ୍ରୟାସ କରିବା ପାଇଁ ମତପ୍ରକାଶ ପାଇଥିଲା । ଶେଷରେ ସଂଘର ସମ୍ପାଦକ ଦିବ୍ୟ କିଶୋର ଡନସନା ଧନ୍ୟବାଦ୍ ଅର୍ପଣ କରି ସଭାକୁ ସମାପ୍ତ କରିଥିଲେ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.