Type Here to Get Search Results !

ବଜରଙ୍ଗ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି

 

ଧାମନଗର :-

ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ ଜଣଙ୍କର ହେଲିକେପ୍ଟର ଦୁର୍ଘଟଣାରେ ଦେହାନ୍ତ ହେଇଛି ।ଜେନେରାଲ ବିପିନ ରାୱତ ଙ୍କ ନିଧନ ଦେଶ ପାଇଁ ଅପୁରଣୀୟ କ୍ଷତି। ସେ ଥିଲେ ଜଣେ ସାହସୀ ସେନା ଅଧ୍ୟକ୍ଷ, ମାତୃଭୂମି ପାଇଁ ତାଙ୍କର ସେବା,ତ୍ୟାଗ ଏବଂ ପ୍ରତିଶ୍ରୁତି ଶବ୍ଦରେ ପ୍ରକାଶ କରିବା କଷ୍ଟସାଧ୍ୟ। ସମ୍ପୂର୍ଣ୍ଣ ଦେଶ ଆଜି ମର୍ମାହତ। ଦୁର୍ଘଟଣାରେ ସହିଦ ହୋଇଥିବା ସମସ୍ତ ଦେଶଭକ୍ତଙ୍କର ଅମର ଆତ୍ମାର ସଦଗତି କାମନା କରି ଆଜି ସନ୍ଧ୍ୟାରେ ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗ ଦଳ , ଧାମନଗର ପ୍ରଖଣ୍ଡ ତରଫରୁ ରାମ ମନ୍ଦିର ଠାରେ ସନ୍ଧ୍ୟା 6 ଘଟିକା ସମୟରେ ରେ ଦୀପଦାନ କାର୍ଯ୍ୟକ୍ରମ କରଯାଇଥିଲାା। ଉକ୍ତ କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳ ବିଭାଗ ସଂଯୋଜକ ଶ୍ରୀମାନ ବିପିନ ବିହାରୀ ପଣ୍ଡା, ପ୍ରଖଣ୍ଡ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଗୁପ୍ତା, ସମ୍ପାଦକ ସଂଜୟ କୁମାର ସ୍ବାଇଁ, ମନୋଜ ସିଂ, ବିଜୟ କୁମାର ରାମ,ହେମେନ୍ଦ୍ର ମହାନ୍ତି, ସୁଶାନ୍ତ ରାଉତ୍, ଶିଶିର ସ୍ୱାଇଁ, ମାନସ ପ୍ରଧାନ, ବାମଦେବ ବେହେରା,ଶକ୍ତିଦତ ଦାଶ, ସୁବ୍ରତ କୁମାର ସାହୁ, ଛବିନ୍ଦ୍ର ବେହେରା, ଶୁଭେନ୍ଦୁ ପାତ୍ର ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତି ଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.