Type Here to Get Search Results !

ଭଦ୍ରକ ପୌରପାଳିକା ଅଧିନସ୍ତ 18 ନମ୍ବର ୱାର୍ଡ ମୁଲନା ସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପୌରପାଳିକା


ଭଦ୍ରକ :- 

କରୋନାର ନୂଆ ଭରିଆଣ୍ଟ ଓମିକ୍ରନ କୁ ନେଇ ସାରା ବିଶ୍ୱରେ ଚିନ୍ତା ବୃଦ୍ଧି ପାଇଥିବା ବେଳେ ନିକଟରେ ଓଡିଶାରେ ଓମିକ୍ରନ କୁ ନେଇ ଭୟ ସୃଷ୍ଟି ହୁଇଛି। ଆଉ ଭଦ୍ରକ ଜିଲ୍ଲା ରେ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୁଇଥିବା ପ୍ରଶାସନିକ ସୂତ୍ରରୁ ଜଣା ଯାଇଛି। ଏମାନଙ୍କ ମଧ୍ୟରେ ଭଦ୍ରକ ପୌରପାଳିକା 18 ନମ୍ବର ୱାର୍ଡ ମୁଲନାସାହି ଅଞ୍ଚଳର ବିଦେଶ (ସାଉଦି ଆରବ )ଫେରନ୍ତା ବୋଲି ଜଣାଯାଇଛି! ତେବେ ଦୁବାଇ ଫେରନ୍ତା ସହରାଞ୍ଚଳ ଅଧିବାସୀ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଭଦ୍ରକ ଜିଲ୍ଲା ର ଓମିକ୍ରନ ଭୟ ଘାରିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନାନୁଯାଇ ଗତ ନଭେମ୍ବର ମାସରୁ ଓମିକ୍ରନ ସଂକ୍ରମନକୁ ଗୁରୁତ୍ୱ ଦେଇ ବିଦେଶ ଫେରନ୍ତାଙ୍କୁ ଉପରେ ଜିଲ୍ଲାର ସର୍ଭିଲେନ୍ସ ବା ସର୍ଭେକ୍ଷେଣକୁ କଡାକଡ଼ି କରାଯାଇଛି। ବିଦେଶ ଫେରନ୍ତା ଜିଲ୍ଲା କୁ ଆସିଛନ୍ତି! ସହର ଅଞ୍ଚଳ 18ନମ୍ବର ୱାର୍ଡ ମୁଲନା ସାହି ବାସିନ୍ଦା ଏହି ବିଦେଶ ଫେରନ୍ତା ଭଦ୍ରକ କୁ ଫେରିବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ବଡ଼ିଛି। କୋଭିଡ ଆକ୍ରାନ୍ତ କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ହସ୍ପିଟାଲ ପରିସରରେ ଥିବା କୋଭିଡ ୱାର୍ଡ କୁ ଆଣି ରଖାଯାଇଛି। ଆଉ ଓମିକ୍ରନ ଭରିଆଣ୍ଟ ଠାବ ପାଇଁ ତାଙ୍କର ଜେନମସିକୁଏନ୍ସ (ଡବ୍ଲୁଜିଏସ )ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଆଇଏଲଏ ( ଇନଷ୍ଟିଚ୍ୟୁଟ୍ ଅଫ ଲାଇଫ ସାଇନ୍ସ କୁ ତାଙ୍କ ନମୁନା ପଠାଯାଇଛି ଜିଲ୍ଲା ମୁଖ୍ୟ ଡାକ୍ତର ସନ୍ତୋଷ କୁମାର ପାତ୍ର ସୂଚନା ଦେଇଛନ୍ତି। ଏହି ରିପୋର୍ଟ ଦେଢ଼ ଦିନ ପରେ ଆସିବା ପରେ ଓମିକ୍ରନ ଆଶଙ୍କା ଦୂର ହେବ ବୋଲି ମୁଖ୍ୟ ଚି଼କାସାଧିକାରୀ ଡାକ୍ତର ପାତ୍ର କହିଛନ୍ତି । ତେବେ ପୌରପାଳିକା ଦ୍ୱାରା ମୁଲନା ସାହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କୁ ସାନିଟାଇଜର ଓ ସଫା ସୁତାର ମଧ୍ୟ୍ୟ କରାଯାଇଛି। ଭଦ୍ରକ ରୁ ସେଖ ଅବଦୁଲ ଫିତର ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.