କୁଜଙ୍ଗ :-
କୁଜଙ୍ଗ ବ୍ଲକର ତାଳପଡା, ସାଇଲୋ, ଗରେଇ,ପୋତାନଇ ଓ ପଣ୍ଡୁଆ ପଞ୍ଚାୟତରେ ଜନସାଧାରଣଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂତନ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ପାରାଦ୍ବୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଅସୁସ୍ଥତା କାରଣରୁ ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବା ଦେଖିବାକୁ ମିଳିଥିଲା । କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଂଜନ ବେହେରା, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳୀ ବେହେରା, ଜିଲ୍ଲାପରିଷଦ ସଭ୍ୟା ମାନିନୀ ବେହେରା, ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତ୍ରିଲୋଚନ ତରାଇ ପ୍ରମୁଖ ଏହି ପାଞ୍ଚୋଟି ପଞ୍ଚାୟତକୁ ଯାଇ ସ୍ଥାନୀୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ ବକ୍ତବ୍ଯ ରଖିଥିଲେ । ତାଳପଡା ସରପଞ୍ଚ ମମତା ସାହୁ, ପଞ୍ଚାୟତ ବିଜେଡି ସଭାପତି ରବିନାରାୟଣ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ ସାହୁ,ସାଇଲୋ ସରପଞ୍ଚ ରୋଜାଲିନ ମହାପାତ୍ର, ସମିତି ସଭ୍ୟ ଅନୁଗାମୀ ଦାସ,ଗରେଇ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ସମିତି ସଭ୍ୟା ସରୋଜିନୀ ବାରିକ, ନାଏବ ସରପଞ୍ଚ ପ୍ରତିମା ଦେଇ ,ପୋତାନଇ ସରପଞ୍ଚ ମଧୁସ୍ମିତା ସେଠୀ, ସମିତି ସଭ୍ୟା ପ୍ରମିଳା ମଲ୍ଲିକ, ପଣ୍ଡୁଆ ପଞ୍ଚାୟତର ସରପଞ୍ଚ ବୈଜୟନ୍ତୀ ମହାନ୍ତି, ସମିତି ସଭ୍ୟା ମନୋରମା ଦାସଙ୍କ ସମେତ ୱାର୍ଡ ମେମ୍ବରମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନରେ ସାମିଲ ହୋଇଥିଲେ । ତିର୍ତୋଲରୁ କୈଳାସ ବେହେରାଙ୍କ ରିପୋର୍ଟ
