Type Here to Get Search Results !

ଆଦର୍ଶ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଦାସଙ୍କ ସ୍ମୃତି ସଭା

 

କେନ୍ଦ୍ରାପଡା :-

ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କେୟାରବାଙ୍କ ଗ୍ରାମର ସୁନାମଧନ୍ୟ ସମାଜସେବୀ ତଥା ବିଶିଷ୍ଟ ଶିକ୍ଷାବିତ ଦୁର୍ଯ୍ୟୋଧନ ଦାସଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ସ୍ଥାନୀୟ ଠାରେ ଅନୁଷ୍ଠିତ ହୋଇଥିଲା। ମହାକାଳପଡ଼ା ବିକାଶ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ବୈକୁଣ୍ଠ ନାଥ ସ୍ଵାଇଁ ଅଧ୍ୟକ୍ଷତା କରିଥିଲେ । ସର୍ବପ୍ରଥମେ ସ୍ଵର୍ଗତ୍ ଦାସଙ୍କ ତୈଳଚିତ୍ରରେ ସାମୂହିକ ମାଲ୍ୟାର୍ପଣ କରାଯିବା ପରେ ଗୀତା ପାଠ ଓ ନୀରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵ କାଳ ଜଗମୋହନ ହାଇସ୍କୁଲ , ବିଜୟନଗର ହାଇସ୍କୁଲ , ଆଶ୍ରମ ବାଲିକୁଦା ହାଇସ୍କୁଲରେ ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ସମୟରେ ମାଣିକ ପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ସମ୍ପାଦିତ କରି ପ୍ରଶଂସିତ ଓ ସମ୍ମାନିତ ହୋଇଥିଲେ। ଶିକ୍ଷା ବ୍ୟବସ୍ଥା ସହ ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜ ଦକ୍ଷତା ପ୍ରଦର୍ଶନ କରି ଜଣେ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇଥିଲେ ବୋଲି ବିକାଶ ମଞ୍ଚ ସଭାପତି ବିଶିଷ୍ଟ ପରିବେଶ ବିତ୍ କାଶୀନାଥ ରାଉତରାୟ , ସମାଜସେବୀ ନିରଞ୍ଜନ ଓଝା ,ବରିଷ୍ଠ ନେତା ରବୀନ୍ଦ୍ରନାଥ ପାଳ , ଶିକ୍ଷାବିତ ପ୍ରଣବ କୁମାର ଜେନା , ଆଶୁକବି ହେମନ୍ତ ଜେନା ,ପୂର୍ବ ପ୍ରଶାସନିକ ଶିକ୍ଷା ଅଧିକାରୀ ,ବିଦ୍ୟୁତ ଖୁଣ୍ଟିଆ ,ରତ୍ନାକର ରାଉତରାୟ , ସୌରୀରଞ୍ଜନ ମଲ୍ଲ , ଭାଗିରଥି ମଲ୍ଲ , ଶିକ୍ଷକ ସଂଘ ନେତା ମାଧବ ଚନ୍ଦ୍ର ବାରିକ , ରମେଶ ଚନ୍ଦ୍ର ନାୟକ , ଶିକ୍ଷାବିତ କେଶବ ଚନ୍ଦ୍ର ପରମାଣିକ , ଭ୍ରମରବର ଦାସ , ଗରୁଡ଼ ଚରଣ ବିଶ୍ଵାଳ , ବିଜୟ କୁମାର ନାଥ, ନିରାକାର ମଲ୍ଲିକ ଓ ସ୍ଵର୍ଗତ୍ ଦାସଙ୍କ ପୁତ୍ର ତପନ , ଆଲୋକ , ଜୀବନ ଓ ଟିଟୁ ଆଦି ମତବ୍ୟକ୍ତ କରିଥିଲେ । ଶେଷରେ ମଞ୍ଚର ସଦସ୍ୟ ଧନେଶ୍ୱର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦ୍ରାପଡ଼ା ରୁ ବ୍ୟୁରୋ ହେଡ ନିରଞ୍ଜନ ଓଝା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.