Type Here to Get Search Results !

ରାଜ୍ୟ ସଭାପତି ଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ

 

ତାଳଚେର :- 

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ର ଆଜି ଦିନିକିଆ ତାଳଚେର ଗ୍ରସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗୋଡ଼ିବନ୍ଧ ଛକ ଠାରେ ଆୟୋଜିତ ଏକ ସାଧାରଣ ସଭା ଏବଂ ମିଶ୍ରଣ ପର୍ବରେ ଯୋଗ ଦେଇ ରାଜ୍ୟ ସଭାପତି ବର୍ତମାନ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ହୋଇଛି ବୋଲି କହିଥିଲେ।ରାଜ୍ୟର ଆଇନ ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଗୃହରାଷ୍ଟ୍ର ମନ୍ତ୍ରୀ ହତ୍ୟା ଘଟଣାରେ ସମ୍ପୃକ୍ତି ରାଜ୍ୟର ଆଇନ ର ଗତି କୁଆଡେ ବୋଲି ପ୍ରଶ୍ନ କରିଥିଲେ।ରାଜ୍ୟରେ ମହିଳା, ଶିଶୁ, ଚାଷୀ, ଶ୍ରମିକ, ଏବଂ ଯୁବକ ମାନେ ଆଜି ବିପଦରେ ବୋଲି ସେ ପ୍ରକାଶ କରିଥିଲେ।ରାଜ୍ୟରେ ବର୍ତ୍ତମାନ ଦୈନିକ ୪ ଦୁଷ୍କର୍ମ,୬ ଅପହରଣ ଘଟଣା ୨୨ ବର୍ଷର ସରକାର ର ସଫଳତା ବୋଲି କହିଥିଲେ।ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଙ୍କ ପାଟି କିଏ ବନ୍ଦ କରିଛି, ତାଙ୍କ ପାଟିରୁ କାହିଁକି କଥା ବାହାରୁନି ବୋଲି କହିଥିଲେ।ନବିନବାବୁ ଅନ୍ଧ ଦୃତରାଷ୍ଟ୍ର ସାଜିଛନ୍ତି ବୋଲି ପ୍ରକାଶ କରିଥିଲେ।ସାରା ରାଜ୍ୟରେ ବିଜେପି ପ୍ରତି ତ୍ରୁଳମୂଳ ସ୍ତରରୁ କାର୍ଯ୍ୟକର୍ତା ମାନେ ଅନ୍ୟ ଦଳରୁ ଆକୃଷ୍ଟ ହେଉଛନ୍ତି ବୋଲି କହିଥିଲେ।ଏ ଅହଙ୍କାରୀ ଶାସନର ପତନ ନିଶ୍ଚିତ ଘଟିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ବ୍ରାହ୍ମଣୀ ମଣ୍ଡଳ ସଭାପତି ନରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଓ ଠାକୁର ରଞ୍ଜିତ ଦାସ, ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ପ୍ରତାପ ଚନ୍ଦ୍ର ପ୍ରଧାନ,ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଉପାଧ୍ୟକ୍ଷ ସୁବର୍ଣା ସାହୁ, ଜିଲ୍ଲା ପରିଷଦ ସଭ୍ୟା ଅନୁପମା ପ୍ରଧାନ ଓ ମଞ୍ଜୁ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଏ ଅବସରରେ ମିଶ୍ରଣ କାର୍ଯ୍ୟକ୍ରମରେ ଖଣି କ୍ଷତିଗ୍ରସ୍ତ ପ୍ରଜା ସଂଘ ସଭାପତି ତଥା ବିଜେଡି ନେତା ମନୋଜ ପ୍ରଧାନ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପି ରେ ଯୋଗଦାନ କରିଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ସଂଯୋଜନା କରିଥିଲେ, ଏବଂ ସବ୍ୟସାଚୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।ରାଜ୍ୟ ସଭାପତି ଙ୍କୁ ତାଳଚେରର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ ସଭାପତି ଶ୍ରୀ ମହାନ୍ତି କେନ୍ଦ୍ର ସରକାରଙ୍କ ଚତୁର୍ଦ୍ଦଶ ଅର୍ଥ କମିଶନ ଅର୍ଥ ରେ ନିର୍ମିତ ଗୋଡ଼ିବନ୍ଧ ମାର୍କେଟ କ୍ଳପ୍ଲେକ୍ସ, ଗୁରୁଜଙ୍ଗ ପଂଚାୟତ ଅଫିସ ପରିଦର୍ଶନ କରିଥିଲେ।ହେଲିକପ୍ଟର ଦୁର୍ଘଟଣା ରେ ସହୀଦ ରାଣା ପ୍ରତାପ ଦାସ ଙ୍କ ଘରକୁ ଯାଇ ତାଙ୍କ ପରିବାର କୁ ଭେଟି ସମବେଦନା ଜଣାଇଥିଲେ। ବିଜେପିର ମାର୍ଗଦର୍ଶକ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଥିଲେ।ଭକାଲ ଫର ଲୋକାଲ କାର୍ଯ୍ୟକ୍ରମ ରେ ଗୁରୁଜଙ୍ଗ ଏବଂ କଣ୍ଢାଳ ପଂଚାୟତ ରେ ଥିବା ସିମେଟ ଇଟା ଭାଟି ଏବଂ ମୁଢି କଳ କୁ ବୁଲି ଦେଖିଥିଲେ। ରାଜ୍ୟ ସଭାପତି ଙ୍କୁ ଏକ ବିରାଟ ମଟର ସାଇକେଲ ରାଲି ରେ ପାଛୋଟି ନିଆ ଯାଇଥିଲା।ଶର୍ମାଛକ ଠାରେ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ନେତୃବର୍ଗ, ମଣ୍ଡଳ ସଭାପତି, ତଥା ସୁଦୀପ ଗଡ଼ନାୟକ, ମିଡିଆସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ,ପେସ୍କାର ଗଡ଼ନାୟକ,ବରୁଣ ସାହୁ, ନରେନ୍ଦ୍ର ସାହୁ, ଖାଇରା ପ୍ରଧାନ, ପ୍ରଶାନ୍ତ ନନ୍ଦ, ସହଦେଵ ସାହୁ,ମାନସ ଆଚାର୍ଯ୍ୟ, ନିରଞ୍ଜନ ପ୍ରଧାନ, ଯଯାତି ପଟ୍ଟନାୟକ,ତାପସ ସାହୁ, ରଙ୍ଗାଧର ନାହାକ,ସୁନିଲ ବିଶ୍ୱାଳ, ସ୍ୱାଧୀନ ଥମ୍ବ ,ନରେଶ ଗଡ଼ନାୟକ,ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.