ଝାରସୁଗୁଡ଼ା :-
ଆଜି ଝାରସୁଗୁଡ଼ା OSAP ଠାରେ ଝାରସୁଗୁଡ଼ା ଗୋର୍ଖା ସମାଜ ଗଠନ କରା ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ଯୋଗଦାନ କରି ଉତ୍ସବ କୁ ଉଦ୍ଘାଟିତ କରିଥିଲେ। ଗୋର୍ଖା ସମାଜ ର ଗଠନ ଫଳରେ ଏହି ସମାଜ ର ଉତ୍ଥାନ ସହ ଅନେକ ସୂବିଧା ଯୋଗାଇ ଦେବା ପ୍ରୟାସ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଦାସ ନିଜ ଅଭିଭାଷଣ ରେ ଜଣେଇଥିଲେ। ଏହି ଉତ୍ସବରେ ଖିଦମତ କମିଟି ପକ୍ଷରୁ ମହମ୍ମଦ ନାସିର , ମାନବ ସେବା ସଂଘ ପକ୍ଷରୁ ମାନସ ସିନା, ସଙ୍ଗିନୀ ଲେଡିଜ୍ ଫର୍ୟୁମ୍ ପକ୍ଷରୁ ସରିତା ଅଗ୍ରୱାଲ ଙ୍କୁ ସମାଜ ସେବା କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
