ଭୁବନେଶ୍ୱର :-
ପୁଣି ରଙ୍ଗୀନ ଲାଇଟ୍ ରେ ଆଖି ଝଲସିବ। ପୁଣି ଗହଳ ଚହଳ ହେବ ଯାତ୍ରା ପେଣ୍ଡାଲ। କୋଭିଡ କଟକଣା ଭିତରେ ଉତ୍ସବ ପାଳନ ପାଇଁ SRC ପକ୍ଷରୁ ମିଳିଲା ଅନୁମତି । ଆଜିଠୁ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡ଼ି ପାଇଁ ସରକାରଙ୍କ ଅନୁମତି ମିଳି ସାରିଛି । କିଛି ନିୟମ ସହ ଏହା ପାଳନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳ, SP, ମ୍ୟୁନିସିପାଲ କମିସନଙ୍କ ଅନୁମତି ସହ ଆରମ୍ଭ କରିହେବ ଯାତ୍ରା । ଖୋଲା ପଡ଼ିଆରେ ସାମାଜିକ ଦୂରତା ରଖି ୨ ହଜାର ଲୋକ ବସିପାରିବେ । ସେହିପରି, ଅନ୍ଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ ବୁକିଂ ପାଇଁ ନିର୍ଦେଶ ଦିଆ ଯାଇଛି, ଯେଭଳି ଟିକେଟ ବିକ୍ରି ପାଇଁ ଗହଳି ବେଶୀ ନ ହେବ । ଆବଦ୍ଧ କୋଠରୀରେ ୫୦% ଅଧିକ ଦର୍ଶକ ବସିବା ମନା ରହିଛି । ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିଛି।
ଏ ସବୁ ପାଳନ ପୂର୍ବକ ଯାତ୍ରା, ସିନେମା ହଲ, ଅପେରା ଓ ଡ୍ରାମା ଆଜିଠାରୁ ଆରମ୍ଭ କରିବାକୁ SRC ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
