କେନ୍ଦ୍ରାପଡ଼ା :-
ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ ଓଡ଼ିଶାର ୨୭୦୮ ଗୋଟି ପ୍ୟାକ୍ସ ଓ ଲ୍ୟାମ୍ପସ ର କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣାକୁ କେନ୍ଦ୍ର କରି ୫ ଦଫା ଦାବିରେ ୧୪ ନଭେମ୍ବର ୨୦୨୧ ରବିବାର ଠାରୁ ଅନିର୍ଦ୍ଦିଷ୍ଟ କାଳପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ୧୭ ନଭେମ୍ବର ବୁଧବାର ଦିନ ଏହି ଆନ୍ଦୋଳନ ମହାକାଳପଡ଼ା ରେ ଦେଖିବାକୁ ମିଳିଛି , କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନିକଟସ୍ଥ କଟକ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ୍ ସମ୍ମୁଖରେ ମହାକାଳପଡ଼ା ପ୍ରାଥମିକ ସମବାୟ ସମିତି ର ସମସ୍ତ କାର୍ଯ୍ୟରତ କର୍ମଚାରୀ ମାନେ ୫ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ,ଯାହା ଫଳରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ଆଗାମୀ ଦିନରେ ଧାନ ଅମଳକୁ ନେଇ ଚିନ୍ତାର ବିଷୟ ପାଲଟିଛି ,ବିନା ଚାଷରେ ରାଜକୋଷ ଖାଲି ପଡ଼ିବାର ସମ୍ଭାବନା ଓ ରାଜ୍ୟ ଚଲେଇବାରେ ଅନେକ ବାଧାବିଘ୍ନ ଉପୂଜିବ ,ଚାଷୀ ମାନଙ୍କ ପାଇଁ ପ୍ରାଥମିକ ସମବାୟ ସମିତି କାର୍ଯ୍ୟରତ କର୍ମଚାରୀ ମାନଙ୍କର ଏହି ଆନ୍ଦୋଳନ କରାଯାଇଛି ,ଆସନ୍ତୁ ଶୁଣିବା ଆନ୍ଦୋଳନକାରୀଙ୍କ ୫ ଦଫା କଣ ରହିଛି ,୧ :- ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ ର କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସରକାରୀ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରାଯାଉ | ୨ :- ସମସ୍ତ ବର୍ଗର କର୍ମଚାରୀ ମାନଙ୍କୁ ଦରମା ଓ ସରକାରଙ୍କ ଦ୍ୱାରା ବର୍ଦ୍ଧିତ୍ତ ମହଙ୍ଗା ଭତ୍ତା ୧୮୯% କୁ ସମିତି ଓ ଲ୍ୟାମ୍ପସ୍ କର୍ମଚାରୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉ , | ୩ :- ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ସମିତି ଓ ଲ୍ୟାମ୍ପସ ପ୍ରଶାସନିକ ପାଣ୍ଠି କାର୍ଯ୍ୟକାରୀ କରାଯାଉ ଓ ଆସନ୍ତା ସମବାୟ ବାର୍ଷିକ ବଜେଟରେ ସମସ୍ତ କର୍ମଚାରୀ ମାନଙ୍କ ଦରମା ଓ ଭତ୍ତା ନିମନ୍ତେ ଏକ ହଜାର କୋଟି ଟଙ୍କାର ବଜେଟ୍ ଅଟକଳ ମଞ୍ଜୁର କରାଯାଉ | ୪ :- ମହାମାରୀ କରୋନା ସମୟରେ ମୃତ୍ୟୁ ବରଣ କରିଥିବା କର୍ମଚାରୀ ମାନଙ୍କ ନିମନ୍ତେ ଅତିକମରେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ସମସ୍ତ କର୍ମଚାରୀ ମାନଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯାଉ ,ସମବାୟର ତ୍ରୀସ୍ତରୀୟ ବ୍ୟବସ୍ଥାର ଉଚ୍ଛେଦ କରାଯାଇ ଦୁଇସ୍ତରୀୟ ବ୍ୟବସ୍ଥା ଯଥା - କେରଳ ,ପଞ୍ଜାବ ,ହରିୟାଣା , ରାଜସ୍ଥାନ ,କର୍ଣ୍ଣାଟକ ରାଜ୍ୟ ଭଳି ପ୍ରଚଳନ କରାଯାଉ | ୫ :- ୭ ନଭେମ୍ବର ୨୦୨୧ ରେ ନୟାଗଡ଼ ଜିଲ୍ଲାର ଗୋଲ ଗାଁ ସେବା ସମବାୟ ସମିତିର କାର୍ଯ୍ୟରତ ସଂପାଦକ ସ୍ବର୍ଗତ •✓ ମାନସ ଚନ୍ଦ୍ର ମିଶ୍ର ସମହସ୍ପିଟାଲ୍ ଠାରେ A.R.C.S ଓ D.R.C.S ତଥା ପ୍ରଶାସନ ଅଧିକାରୀଙ୍କ ତାଡନା ସହିନପାରି ମାନସିକ ଭାରସାମ୍ୟ ହରାଇବା ସହ ବିଭିନ୍ନ ଆର୍ଥିକ ଅନଟନ ସହିନପାରି ଅକାଳ ମୃତ୍ୟୁ ବରଣ କରିଥିବାରୁ ,ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବା ସହିତ ତାଙ୍କ ପରିବାରରୁ ଜଣକୁ ସରକାରୀ ନିଯୁକ୍ତି ପ୍ରଦାନ କରାଯାଉ ଏବଂ ସ୍ବର୍ଗତ •✓ମିଶ୍ରଙ୍କ ଅକାଳ ମୃତ୍ୟୁର କାରଣ ସାଜିଥିବା ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ , ୫ ଦଫା ଦାବିକୁ ଯଦି ସରକାର ନ ମାନନ୍ତି ଓ ଦାବି ପୂରଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ମହାକାଳପଡ଼ା ପ୍ରାଥମିକ ସମବାୟ ସମିତିର କାର୍ଯ୍ୟରତ କର୍ମଚାରୀ ମାନେ କହିଛନ୍ତି ।କେନ୍ଦ୍ରାପଡ଼ା ରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ
