Type Here to Get Search Results !

ପାଇକମାଲ ସାପ୍ତାହିକ ବଜାରରେ ଆକ୍ରମଣ:ଗୋପାଳ ସାହୁ ଗଭୀର ଆଘାତ


ପଦ୍ମପୁର :-

ପଦ୍ମପୁର ଉପଖଣ୍ଡ ପାଇକମାଲ ଶନିବାର ବଜାର ଦିନ ଲୋକଙ୍କ ଭିଡ ମଧ୍ଯରେ ଗୋପାଳ ସାହୁ ନାମକ ବ୍ଯକ୍ତିଙ୍କୁ ଆକ୍ରମଣ କରା ଯାଇଛି । ସେ ବଜାରରେ ପନି ପରିବା କିଣୁଥିବା ବେଳେ ଅଜଣା ବ୍ଯକ୍ତି ଜଣକ ହଟାତ ଆସି ତାଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲା । ଫଳରେ ଗୋପାଳ ସାହୁଙ୍କ ବାମ ହାତ,ଡାହାଣ ଗୋଡ ଓ ଦେହରେ ଗଭୀର ଆଘାତ ହୋଇ ଥିଲେ । ସେ ଅଚେତ ଅବସ୍ଥାରେ ତଳେ ପଡି ରହିଥିଲେ । ଘଟଣା ସ୍ଥଳରେ ପାଇକମାଲ ପୋଲିସ ପହଞ୍ଚି ଗୋପାଳ ସାହୁଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ପାଇକମାଲ ଚିକିତ୍ସିତ ପରେ ପଦ୍ମପୁର,ବରଗଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରା ଯାଇଛି । ଘଟଣା ଘଟାଇ ଥିବା ଅପରାଧି ଫେରାର ହୋଇ ଯାଇଛି । ଏପରି ସ୍ପଷ୍ଟ ଦିବା ଲୋକରେ ଅପରାଧ ଘଟଣା ପାଇକମାଲ ପୋଲିସ ପ୍ରତି ଜନସାଧାରଣ ଆସ୍ଥା ହରାଇବା ସ୍ବାଭାବିକ ହୋଇ ପଡିଛି । ଜନ ସାଧାରଣ ତୁରନ୍ତ ଦୋଷୀ କୁ ଧରି ନ୍ଯାୟ ପାଇଁ ଦାବୀ ହେଉଛି । 

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.