ଝାରସୁଗୁଡା / ବ୍ରଜରାଜନଗର :-
ବ୍ରଜରାଜନଗର ଗାନ୍ଧିଛକ ଦୁର୍ଗା ମଣ୍ଡପ ଠାରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ପକ୍ଷରୁ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ ଦୂର କରିବା ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ରକ୍ତ ଦାନ ଶିବିରକୁ UPSC ଉତ୍ତୀର୍ଣ୍ଣ ସୁଶ୍ରୀ ରୀନା ପ୍ରଧାନ ଏବଂ ସମାଜସେବୀ କଳ୍ପନା ରଣା ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ରକ୍ତ ଦାନ ଶିବିରର ଉଦଘାଟନ ହେବା ପରେ ଏହି ଅଂଚଳର ଯୁବକ ଓ ମହିଳା ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୫୫ ୟୁନିଟ ରକ୍ତ ସଂଗ୍ରହ ହେଇଥିଲା। ଏହି ରକ୍ତଦାନ ଶିବିର କୁ ସଫଳ କରିବା ପାଇଁ ଝାରସୁଗୁଡା ଜିଲ୍ଲା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ର ରଞ୍ଜନ, ତୁଷାର, ଅଶ୍ୱିନୀ, ଡିଲେଶ୍ୱର, ଅଜିତ, କରୁଣାକର, ସୁରଜ, ଶୁଭାଶିଷ, ସୌମ୍ୟରଂଜନ, ମହେଶ, ହିତେଶ, ଅଜୟ, ଆକାଶ, ସୁଶାନ୍ତ, ବଶିଷ୍ଠ, ଇନ୍ଦ୍ର, ସୁମନ୍ତ, ରବୀନ୍ଦ୍ର, ମନୋଜ, ସୁକାନ୍ତ, ପ୍ରଭାତ ସହଯୋଗ କରିଥିଲେ ।
ଝାରସୁଗୁଡ଼ା ବ୍ରଜରାଜନଗର ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
