ନୂଆଦିଲ୍ଲୀ :-
ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ହୋଇପାରେ ଲକଡାଉନ୍ । ସୁପ୍ରିମକୋର୍ଟରେ କେଜ୍ରିଓ୍ୱାଲ୍ ସରକାରଙ୍କ ସତ୍ୟପାଠ ଦାଖଲ । ୨୪ ଘଣ୍ଟାରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ଦେଲେ ଆଦେଶ।
ସୁପ୍ରିମ୍ କୋର୍ଟରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାମଲା ଘଟଣା ରେ ପ୍ରଦୂଷଣ ରୋକିବାକୁ କୋର୍ଟରେ ୩ ସୂତ୍ରୀ ପ୍ରସ୍ତାବ ରଖିଲେ କେନ୍ଦ୍ର ସରକାର । ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ ନିୟମ ଲାଗୁ କରିବାକୁ କେନ୍ଦ୍ରର ପ୍ରସ୍ତାବ ଦିଆ ଯାଇଛି। ଲକ୍ଡାଉନ ଜରିଆରେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରିବାକୁ ପ୍ରସ୍ତାବ ରହିଛି। ଦିଲ୍ଲୀକୁ ଟ୍ରକ୍ ପ୍ରବେଶ ଉପରେ ରୋକ୍ ଲଗାଇବା ଭଳି ପଦକ୍ଷେପକୁ ଗୁରୁତ୍ବ ଦିଆ ଯାଇଛି। ଶିଳ୍ପ, କାରଖାନା, ଧୂଳି, ଗାଡ଼ି ଦ୍ବାରା ୭୪% ପ୍ରଦୂଷଣ ହେଉଥିବା ସୂଚନା ମିଳିଛି। ନଡ଼ା ଜାଳିବା ଦ୍ବାରା ମାତ୍ର ୧୦% ପ୍ରଦୂଷଣ ହେଉ ଥିବା କେନ୍ଦ୍ରର ସୂଚନା ରହିଛି। ବ୍ୟୁରୋ ରିପୋର୍ଟ
