ଝାରସୁଗୁଡା :-
ଚାଇଲଡ଼ ଲାଇନ ତରଫରୁ ସପ୍ତାହ ବ୍ୟାପୀ ଚାଲିଥିବା ଚାଇଲଡ଼ ଲାଇନ ସହ ବନ୍ଧୁତା ସପ୍ତାହର କାର୍ଯ୍ୟକ୍ରମରେ ଆଜି ପୋଲିସ ଅଧିକାରୀ ଏବଂ ସରକାରୀ ଅଧିକାରୀ ମାନଙ୍କୁ ବନ୍ଧୁତା ରାକ୍ଷୀ ବନ୍ଧନ କରିଥିଲେ । ଅପରାହ୍ନରେ ସିଂଗାବଗା ଗ୍ରାମରେ ଶିଶୁ ସଂଘର ସଦସ୍ୟ ମାନଙ୍କୁ ନେଇ ଗ୍ରାମରେ ଏକ ଶିଶୁ ସୁରକ୍ଷାର ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚାଇଲଡ଼ ଲାଇନର ସଦସ୍ୟ ରାଧେଶ୍ୟାମ ନାଏକ,ଡୋଲାମଣୀ ସେଠ,ଜ୍ୟୋସ୍ନା ପ୍ରଧାନ,ଟିକେଶ୍ୱରୀ ପଟେଲ,ରାଜତବିହାରି ମିଶ୍ର ପ୍ରମୁଖ ସାମିଲ ଥିଲେ । ରେଲୱେ ଚାଇଲଡ଼ ଲାଇନ ତରଫରୁ ମଧ୍ୟ ଏହି ଚାଇଲଡ଼ଲାଇନ ସହ ବନ୍ଧୁତା ସପ୍ତାହ ବ୍ୟାପୀ ଅଭିଯାନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ରେଲୱେ ଷ୍ଟେସନ ପରିସରରେ ଆୟୋଜନ କରାଯାଉଛି ବୋଲି ଚାଇଲଡ଼ ଚାଇଲଡ଼ ଲାଇନ ର ଜ଼ୀଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି ।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ
