ବରଗଡ଼ :-
ବରଗଡ଼ ୱାର୍ଡ ନମ୍ବର ୭ ବିଶିପଡାର ଜଣେ ବ୍ୟକ୍ତି କାର୍ତ୍ତିକ ସିଂ,(୭୪) ବର୍ତମାନ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।ବିଭାଗୀୟ ଡାକ୍ତର ପରାମର୍ଶ ଦେଲେ ସୁଦ୍ଧା ଟଙ୍କା ଅଭାବରୁ ସେମାନେ ଅନ୍ୟତ୍ର ନେବା ପାଇଁ ସାହସ ଜୁଟାଇ ପାରୁ ନାହାନ୍ତି । ପୁଅ:- ସଞ୍ଜୟ ସିଂ, ବରଗଡ଼ ହିରୋ ଫାଇନାନ୍ସ ରେ କଲେକ୍ସନ କାମ କରୁଥିଲେ ମାସିକ ୮ହଜାର ଟଙ୍କା ରୋଜଗାର କରି ପରିବାର ଚଳାଉଥିଲେ ହେଲେ ଗତ ମାର୍ଚ୍ଚ ମାସରେ ବାପାର ରୋଗ ବିଷୟରେ ଜାଣିବାକୁ ପାଇଲା ପରେ ବର୍ତମାନ ତାହା ମଧ୍ୟ ବନ୍ଦ ଅଛି । ପରିବାର ଲୋକେ ଏଣୁ ତେଣୁ ଧାର କରି କାର୍ତିକଙ୍କୁ କଟକ ଆଚାର୍ଯ୍ୟ ହରିହର କର୍କଟ ଚିକତ୍ସାଲୟ, କଟକ କୁ ନେଇଥିଲେ ପରବର୍ତ୍ତୀ ସମୟରେ ଏମ୍ସ ଚିକିତ୍ସାଳୟ ,ଭୁବନେଶ୍ୱର କୁ ନେଲେ ହେଲେ କିଛି ଚିକିତ୍ସା ପାଇଲେ ନାହିଁ ଏପଟେ କାର୍ତିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଘରୋଇ ଚିକିତ୍ସାଲୟ ସ୍ପନ୍ଦନ ରେ ୨.୫ ଲକ୍ଷ୍ ଟଙ୍କା ଖର୍ଚ କରି ଅପରେସନ କରିବାକୁ ବାଧ୍ୟ ହୋଇଥିଲେ । ହେଲେ ବର୍ତମାନ ରୋଗ ପୁନର୍ବାର ବଢିଯାଇଥିବା ବେଳେ କଟକ ନେବା ପାଇଁ ପାଖରେ ପଇସା ନାହିଁ । କାର୍ତିକଙ୍କ ମୁହଁରେ ଏକ ଇଂନଫେକ୍ସନ ବଢିଯାଇ ଶହ ଶହ ପୋକ ଶଲୁବାଲୁ ହେଉଛନ୍ତି ଏଣୁ ତାଙ୍କ କିଛି ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପୁଅ ସଞ୍ଜୟ ସିଂ ଓ ସ୍ତ୍ରୀ ଚିତ୍ରା ସିଂ ସରକାର ତଥା ସର୍ବସାଧାରଣ ଙ୍କୁ ଅନୁରୋଧ କରିଛନ୍ତି । ବ୍ୟୁରୋ ରିପୋର୍ଟ
