Type Here to Get Search Results !

ବରଗଡ଼ ରେ ଅଣ୍ଡା ରାଜନୀତି

 

ବରଗଡ଼ :-

କିଛି ଦିନ ଧରି ବରଗଡ଼ ଜିଲ୍ଲା ରେ ଚାଲିଛି ଅଣ୍ଡା ଉପାଖ୍ୟାନ। ବିଜେଡ଼ି ର ଦୁଇ ମନ୍ତ୍ରୀ ଓ ସଭାନେତ୍ରୀ ଙ୍କ ଗାଡ଼ି ଉପରକୁ ହେଇଛି ଅଣ୍ଡା ମାଡ଼। ମମିତା ମେହେର ମୃତ୍ୟୁ ଘଟଣା ତଥା ଗୋବିନ୍ଦ କୁମ୍ଭାର ଙ୍କ ହାଜତ ମୃତ୍ୟୁ ଘଟଣା ପରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ର ଏହି ଅଣ୍ଡା ମାଡ଼ ରାଜନୀତି ଏବେ ସମଗ୍ର ବରଗଡ଼ ତଥା ଜିଲ୍ଲାର ଚର୍ଚ୍ଚା ର ବିଷୟ ପାଲଟିଛି।

ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଉଥିବା ବିଜେଡ଼ି ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ଗାଡ଼ି ଉପରକୁ ବରଗଡ଼ ରେ ଅତର୍କିତ ଭାବରେ ଅଣ୍ଡାମାଡ କରିଥିଲେ । ପରବର୍ତୀ ସମୟରେ ଶ୍ରୀମତୀ ଛୁରିଆ ଙ୍କ PSO ରୋଡ ଉପରେ ନିଜ ବନ୍ଧୁକ ଦେଖାଇବା ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି।

ସେହିଭଳି ଓଡ଼ିଶା ର ସ୍ବାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ଙ୍କ ଗାଡ଼ିକୁ ବରଗଡ଼ ଜିଲ୍ଲା ର ଏସ ଗୁମେରପାଲି ଠାରେ ଅଣ୍ଡା ମାଡ଼ ସହ କଳା ପତାକା ଦେଖାଇଥିଲେ ବିରୋଧୀ। ସେହିଭଳି ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ଗତ ଶୁକ୍ରବାର ରାତିରେ ବରଗଡ଼ LIC ଛକ ଠାରେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ  ସହ୍ୟ କରିବାକୁ ପଡ଼ିଥିଲା। 

ତେବେ ଏ ନେଇ ବରଗଡ଼ ରେ ପୋଲିସ ର ପଇଁତରା ଚାଲିବା ସହ ଅଣ୍ଡା ବିକ୍ରି ଓ କିଣିବା କୁ ନେଇ ତୀବ୍ର ଦୃଷ୍ଟି ରହିଛି। କାଳେ ପୁଣି ଆଉ କେଉଁ ନେତା ଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ନ ହେଉ ଏଥିପାଇଁ ଖାଇବାକୁ କିଣି ନେଉଥିବା ଅଣ୍ଡା ମଧ୍ୟ ଗ୍ରାହକଙ୍କ ଠାରୁ ଯାଞ୍ଚ କରୁଛି ବରଗଡ଼ ପୋଲିସ। ତେବେ କିଛି ମଜାଳିଆ ଲୋକଙ୍କ କହିବା ଅନୁଯାୟୀ ଯଦି ଏଭଳି ବିରୋଧୀ ଦଳ ପକ୍ଷରୁ ଅଣ୍ଡା ଉପାଖ୍ୟାନ ଚାଲୁ ରହିବ ତେବେ ଅଣ୍ଡା କିଣିବା ଓ ବିକିବା ଉପରେ କୁଆଡେ ସରକାର ରୋକ୍ ନ ଲଗେଇ ଦିଅନ୍ତୁ। ବ୍ୟୁରୋ ରିପୋର୍ଟ

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.