Type Here to Get Search Results !

ବଲାଙ୍ଗୀର ଜିଲ୍ଲାରେ ଭିନ୍ନକ୍ଷମଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆହ୍ବାନ

 


ବଲାଙ୍ଗିର :- 

ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଭିନ୍ନକ୍ଷମ ମାନଙ୍କ ଅଧିକାର ଏବଂ ଅଧିନିୟମ ସହିତ ବିଭିନ୍ନ ଯୋଜନା ସମ୍ପର୍କରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଭିନ୍ନକ୍ଷମ ଅଧିକାରୀ ଅଧିନିୟମ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଭିନ୍ନକ୍ଷମ ମାନକୁଂ ସ୍ୱାବଲମ୍ବୀ କରିବା ତଥା ସେମାନଙ୍କ ଦକ୍ଷତା ବିକାଶରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସୁଫଳ ପ୍ରଦାନ କରିବା ଦିଗରେ ଆଲୋଚନା କରିଥିଲେ ।



ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲାରେ ଭିନ୍ନକ୍ଷମଙ୍କ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ଉପରେ ଆଲୋକପାତ କରିବା ସହିତ ସେମାନଙ୍କୁ କିପରି କରୋନା ଟୀକା ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ, ସେ ନେଇ ଆଲୋଚନା  କରିଥିଲେ ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ କିପରି ସାମିଲ କରାଯିବ, ତାକୁ ପ୍ରାଧାନ୍ୟ ଦେବା ସହିତ ଭିନ୍ନକ୍ଷମ ମାନଙ୍କୁ ସହଯୋଗ କରିବାକୁ ସେ କହିଥିଲେ ।



ବୈଠକରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲୀପ ପଟେଲ ସିଡିଏମଓ ଭୀମ ସାହୁ ଉପଜିଲ୍ଲାପାଳ ଲମ୍ବୋଦର ଧାରୁଆ ଓ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।ପରିଶେଷରେ ଭିନ୍ନକ୍ଷମ ଦୁଇ ଦମ୍ପତି ଦୁର୍ଯ୍ୟୋଧନ ସାହୁ,କମଳିନୀ ସାହୁ ଏବଂ ବନମାଳୀ ସେଟ, ବସନ୍ତି ସେଟ ପ୍ରୋତ୍ସାହନ ରାଶି ୨ଲକ୍ଷ୍ୟ୫୦ହଜାର ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁ ଙ୍କ ରିପୋର୍ଟ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.