ଝାରସୁଗୁଡା :-
ଜାତୀୟ ଆଦିବାସୀ ଆୟୋଗର ସଭ୍ୟ ଅନନ୍ତ ଚରଣ ନାୟକ ଆଜି ଝାରସୁଗୁଡା ଜିଲ୍ଲାର କାଳିବାହାଲ ଜଙ୍ଗଲ ଓ ଆଦିବାସୀ ଜମିରେ ପଡିଥିବା ଆସ ସହିତ କୋଳାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କାତିକେଲା ଆଶପଣ୍ଡ ପରିଦର୍ଶନ କରିଥିଲେ। ଏହି ଅବସରରେ ପରମାନପୁର ଛକଠାରେ ସମ୍ମିଳିତ ଆଦିବାସୀ ସମାଜର ପ୍ରମୁଖ ସଭ୍ୟ ମାନେ ଶ୍ରୀ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ କିଛି ଆପତ୍ତି ଅଭିଯୋଗ କରିଥିଲେ। କାଳିବାହାଲରେ ବିଗତ ଦିନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକଙ୍କ ଘନିଷ୍ଠ ବନ୍ଧୁ ହରେକୃଷ୍ଣ ହୋତା କାଳିବାହାଲର ଆଦିବାସୀ ଯୁବକକୁ ମାଡ଼ ମାରିଥିବା ବିଷୟ ଉପରେ ଥାନାରେ FIR ଦେଲା ପରେ କୋଳାବିରା ଥାନା IIC ତାକୁ ପଞିକରଣ କରୁନଥିବା ସହ ସହ ଜିଲ୍ଲାରେ ଥିବା ଆଟ୍ରୋସିଟି କେଶ ଗୁଡିକ ପୋଲିସ ପ୍ରଶାସନ ଅଣଦେଖା କରୁଥିବାରୁ ଆଦିବାସୀ ମାନେ ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି ଓ ତାଙ୍କ ସାମାଜିକ ଜୀବନ ଧାରଣରେ ବ୍ୟାଘାତ ସୃଷ୍ଟି କରୁଛି। ଆଦିବାସୀ ମାନଙ୍କର ସଂସ୍କୃତି ଅନୁଯାୟୀ ଅନ୍ୟ ଜାତିର ଲୋକଙ୍କଠୁ ମାଡ଼ ଖାଇଲେ ସୁଦ୍ଧି ହେବାକୁ ପଡେ ଓ ଭୋଜିଭାତ ସହିତ ସମାଜର ଦାବି ମାନିବାକୁ ପଡ଼ିଥାଏ। ପ୍ରକୃତରେ ଏହି ବାହ୍ୟ ଆକ୍ରମଣ ଦ୍ୱାରା ନିରିହ ଆଦିବାସୀ ମାନେ ବହୁ ସମୟରେ ଖର୍ଚ୍ଚାନ୍ତରରେ ପଡ଼ିଥାନ୍ତି। ସେଥିପାଇଁ ପୋଲିସ ପ୍ରଶାସନ ଦାୟୀ ଅଟନ୍ତି। ସମ୍ମିଳିତ ଆଦିବାସୀ ସମାଜ ଏହି ଜଙ୍ଗଲ ମାନଙ୍କରେ କାରଖାନାର ବିଷାକ୍ତ ଆଶ ପକେଇବା ଦ୍ଵାରା ପ୍ରବଳ ପରିମାଣରେ ଏହି ଅଞ୍ଚଳ ପ୍ରଦୁଷିତ ହେଉଛି। ଏହି ସବୁ କାରଣରୁ ଆୟୋଗ ସଭ୍ୟଙ୍କ ଆଗରେ ସମ୍ମିଳିତ ଆଦିବାସୀ ସମାଜ ଫେରାଦ ଦେଇଛି ଯେ ପ୍ରଦୁଷଣକୁ ରୋକିବା ପାଇଁ ଅନୈତିକ ଭାବରେ ବିଭିନ୍ନ ଅଞ୍ଚଳରେ ପଡୁଥିବା ଆଶକୁ ବନ୍ଦ କରାଯାଉ ଓ ଆଦିବାସୀ ମାନଙ୍କ ଜୀବନ ଧାରଣରେ ସୁରକ୍ଷା ଦିଆଯାଉ।
ଏହି ଅଞ୍ଚଳରେ ନକଲି ସଂସ୍ଥା ଗଢ଼ି ଉଠିଛି। ନିକଟରେ କିଛି କଂପାନୀକୁ ସୁବିଧା ଦେବାପାଇଁ ଏହି ଅଞ୍ଚଳର ଆଦିବାସୀ ଦଳିତ ଖଟିଖିଆ ନିରିହ ଲୋକ ମାନଙ୍କୁ ରାଜ୍ୟର ରାଜଧାନୀ ଭୂବନେଶ୍ୱରକୁ ନେଇ ରାଲି କରି ରାଜ୍ୟପାଳଙ୍କ ପାଖରେ ସ୍ମାରକପତ୍ର ଦେଇଛନ୍ତି I ଏହା ସହିତ ଜଡ଼ିତ ଥିବା ନୂତନ ଗଠିତ ସଂସ୍ଥା ଆଞ୍ଚଳିକ ଶିଲ୍ପ ବିସ୍ଥାପିତ ସଚେତନ ମଞ୍ଚରେ କାର୍ଯ୍ୟ କରୁଥିବା ସମସ୍ତେ ବିସ୍ଥାପିତର ଅନ୍ତର୍ଭୁକ୍ତ ନୁହନ୍ତି କିମ୍ବା କଳ କାରଖାନା ହେଉ କି ଖଣି ଖାଦାନରୁ ହେଉ ବିସ୍ଥାପିତ ହୋଇଥିବା ସଭ୍ୟ ନୁହନ୍ତି। ଏହା ଏକ ଚାରିଶହ ବିସ୍ ସଂସ୍ଥା ବୋଲି ସମ୍ମିଳିତ ଆଦିବାସୀ ସମାଜ ଅନୁମାନ କରୁଛି। ଆଉମଧ୍ୟ ଅନୁମାନ କରୁଛି ଯେ ଏହିମାନେ ଝାରସୁଗୁଡା ବିଧାନସଭାର ବିଧାୟକ ପ୍ରରୋଚନାରେ କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ଗରିବ ଖଟିଖିଆ ଆଦିବାସୀ ମାନଙ୍କ ହକ ଅଧିକାର ଉପରେ କାର୍ଯ୍ୟ କରୁଥିବା ସମ୍ମିଳିତ ଆଦିବାସୀ ସମାଜକୁ ମଧ୍ୟ ଭାଙ୍ଗିବା ପାଇଁ ଯୋଜନା କରୁଛନ୍ତି। ଏହା ମଧ୍ୟ ମାନ୍ୟବର ସଦସ୍ୟଙ୍କ ଆଗରେ ଅଭିଯୋଗ କରାଯାଇଛି ଓ ଏ ଅଞ୍ଚଳର ନିରିହ ଆଦିବାସୀ ଦଳିତ ଖଟିଖିଆ ମଜୁରିଆ ମାନଙ୍କୁ ଭୁଲେଇ ଭୂତେଇ ତାଙ୍କର ଅଜାଣତରେ ଭୂବନେଶ୍ୱର ନେଇଥିବା ବିରୋଧରେ ସେହି ନକଲି ବିସ୍ଥାପିତ କମିଟିର ସଦସ୍ୟ ଶ୍ରୀ ତାପସରାଏ ଚୌଧୁରୀ, ରଘୁମଣୀ ପଟେଲ, ତ୍ରିନାଥ ଗୁଆଲ ଓ ପି ରାମମୋହନ ରାଓ ମାନଙ୍କ ନାମରେ FIR କାହିଁକି ଦିଆନଯିବ ବୋଲି ପ୍ରଶ୍ନ କରିଛନ୍ତି। ଏଥିରେ ସମ୍ମିଳିତ ଆଦିବାସୀ ସମାଜର ମୂଖ୍ୟ ଉପଦେଷ୍ଟା ମହେନ୍ଦ୍ର ନାଏକ, ଉପଦେଷ୍ଟା ପ୍ରଭାକର ଓରାମ, ସଭାପତି ମାଧବ ସିଂହ ନାଏକ, ଉପ ସଭାପତି ଅଶୋକ ମାଝୀ, ପ୍ରେମ ସାଗର ଧୁରୁଆ, ମହାସଚିବ ଲିଙ୍ଗରାଜ ପ୍ରଧାନ,ରାଜେଶ ନେଟୀ, ତ୍ରିଲୋଚନ ଡ଼ନସନା, ଡ଼ମ୍ୱରୁଧର ନାଏକ, ଫକୀର ନାଏକ, ଚିନ୍ତାମଣୀ କାଲୋ, ମନ୍ମଥ ନାରାୟଣ ସିଂହ,ଶ୍ୟାମଲାଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
