Type Here to Get Search Results !

ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଆଜି ଝାରସୁଗୁଡ଼ା ଗସ୍ତ

 

ଝାରସୁଗୁଡ଼ା :-

ମାନ୍ୟବର ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ ଆଜି ଝାରସୁଗୁଡା ଗ୍ରସ୍ତ କରିଥିଲେ । ସକାଳ ୦୮.୩୦ମିନିଟରେ ପ୍ରଥମେ ସେ ପରମାନପୁର ପାଉଁଶ ପୋଖରୀ ପରିଦର୍ଶନ କରିଥିଲେ । ତା ପରେ କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେ ଅଞ୍ଚଳର ସ୍ଵାସ୍ଥ୍ୟଗତ ସମସ୍ୟାର ସମୀକ୍ଷା କରିଥିଲେ । ପରେ ୧୧.୩୦ରେ କାତିକେଳା ପାଉଁଶ ପୋଖରୀ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଲୋକଙ୍କ ଅଭିଯୋଗ କ୍ରମେ ବେଦାନ୍ତ କାରଖାନା ଚାରିପଟେ ପ୍ରଦୂଷଣ ଜନିତ ଅସୁବିଧାର ନିରୀକ୍ଷଣ କରିଥିଲେ । ଅପରାହ୍ନ ୦୩.୦୦ଟାରେ ସର୍କିଟ ହାଉସ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଜଙ୍ଗଲ ଅଧିକାର ନିୟମର କାର୍ଯ୍ୟକାରିତା, ପରେବେଶ ପ୍ରଦୂଷଣ ଏବଂ ତାର ନିରାକରଣ , ଅନୁସୂଚିତ ଜନଜାତିଙ୍କ ଜୀବିକା ଏବଂ ତାର ସକଳ କାର୍ଯ୍ୟକାରିତା ଓ ତାର ରୂପାୟନ ସକାଶେ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ଉପଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଲାବିରା, ତହସିଲଦାର କୋଲବିରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାରସୁଗୁଡା , ତହସିଲଦାର ଝାରସୁଗୁଡା ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିକାଶ ଚନ୍ଦ୍ର ଦାସ, ଜିଲ୍ଲାବନ ଖଣ୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ମଙ୍ଗଲ ଅଧିକାରୀ ଓ ଅନ୍ୟାନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଏହି ଗ୍ରସ୍ତ, କାର୍ଯ୍ୟକ୍ରମ ଏବଂ ସମୀକ୍ଷା ବୈଠକ ର ସଂଯୋଜନା କରିଥିଲେ।

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.