Type Here to Get Search Results !

କେନ୍ଦ୍ର କମାଇଲ ତେଲ ଦର



ଭୁବନେଶ୍ୱର :-
ଶେଷରେ କମିଲା ଡିଜେଲ ଓ ପେଟ୍ରୋଲ ଦର। ପେଟ୍ରୋଲ ରେ ୫ ଟଙ୍କା ଓ ଡିଜେଲ ରେ ୧୦ ଟଙ୍କା ଏକ୍ସାଇଜ ଟ୍ୟାକ୍ସ କମ୍ କଲେ କେନ୍ଦ୍ର ସରକାର। 
ବହୁଦିନ ଧରି ବଜାରରେ ଅନିୟନ୍ତ୍ରିତ ହୋଇ ବଢ଼ି ଚାଲିଥିଲା ପେଟ୍ରୋଲ ଓ ଡିଜେଲ୍ ଦର। ତେବେ ଆଜି କେନ୍ଦ୍ର ସରକାର ଙ୍କ ତରଫରୁ ଏକ୍ସାଇଜ ଟ୍ୟାକ୍ସ କମ୍ କରାଯାଇଥିବାରୁ ତେଲ ଦର ବିଶେଷ ନ ହେଲେ ମଧ୍ୟ କିଛି ପରିମାଣରେ କମିଛି। ପ୍ରକାଶ ଥାଉକି , ଅନିୟନ୍ତ୍ରିତ ତୈଳଦର ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସମଗ୍ର ଦେଶ ଏବେ ମହଙ୍ଗା ମାଡ଼ ନେଇ ଚିନ୍ତିତ। ତେବେ ଆଜି କେନ୍ଦ୍ର ସରକାର ଙ୍କ ଦ୍ଵାରା ଏହି ଘୋଷଣା ଫଳରେ ସାମାନ୍ୟ ଅସ୍ଵସ୍ଥି ପାଇଛନ୍ତି ଜନସାଧାରଣ। ଏହି ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ। 
ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.