ତାଳଚେର :-
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନର୍ଗତ ସରାଙ୍ଗ ଗ୍ରାମ ବ୍ରାହ୍ମଣି ନଦୀକୂଳରେ ଥିବା ଐତିହାସିକ ଅନନ୍ତ ଶୟନ ପ୍ରାଚୀନ କୀର୍ତିରାଜି ଆଜି ଅସ୍ତିତ୍ବ ହରାଇବାକୁ ବସିଛି। ଏହି କୀର୍ତିରାଜି ଏସିଆ ମହାଦେଶର ସର୍ବ ବୃହତ୍ତମ ବିଷ୍ଣୁମୂର୍ତି ଭାବରେ ମାନ୍ୟତା ପାଇଛି। ମାତ୍ର କିଛି ଦୁଷ୍ଟ ପ୍ରକୃତିର ଲୋକ ଏହି ମୂର୍ତି ନିକଟରେ ବାରମ୍ବାର ଡିନାମାଇଟ ବିସ୍ଫୋରଣ କରାଇ ମାଛ ଧରୁଛନ୍ତି। ଏହି ବିସ୍ଫୋରଣ ର ପ୍ରଚଣ୍ଡ ଶବ୍ଦରେ ଏହି କୁଣ୍ଡାପଥର ନିର୍ମିତ ମୂର୍ତି ଉପରେ ଫାଟ ସୃଷ୍ଟି ହେଲାଣି। ନାସିକା ଭାଙ୍ଗି ଯାଇଥିବାରୁ ଏହାକୁ ସିମେଣ୍ଟରେ କରାଯାଇଛି। ଏବେଠାରୁ ଏହାର ସୁରକ୍ଷା ପାଇଁ ଦୃଷ୍ଟି ନଦେଲେ ଡିନାମାଇଟ ବିସ୍ଫୋରଣ ରେ ମୂର୍ତ୍ତି ସମ୍ପର୍ଣ୍ଣ ନଷ୍ଟ ହୋଇଯିବ। ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନନ୍ତ ଶୟନ ଉନ୍ନୟନ କମିଟି ପକ୍ଷରୁ ଅନୁରୋଧ କରିଛନ୍ତି। ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ
