ଝାରସୁଗୁଡ଼ା :-
ଝାରସୁଗୁଡ଼ା ପୋଲିସ ଜିଲ୍ଲା କାର୍ଯ୍ୟାଳୟ କରୁଛି ୱେବ୍ ସାମ୍ବାଦିକଙ୍କୁ ଅଣଦେଖା ଓ ଅସମ୍ମାନ। ବିଗତ କିଛି ଦିନ ହେବ ଏଭଳି ବ୍ୟବହାର ଜିଲ୍ଲା ୱେବ୍ ସାମ୍ବାଦିକଙ୍କ ମନରେ ଅସନ୍ତୋଷ ର ବାତାବରଣ ସୃଷ୍ଟି କରିଛି।
ଘଟଣା ଅନୁସାରେ, ଝାରସୁଗୁଡ଼ା ଏସପି ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ଦାସ ପୋଲିସ ବିଭାଗ ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା ଦେବା ସକାଶେ ଯେଉଁ ପୁରୁଣା ୱାତ୍ସପ୍ ଗ୍ରୁପ୍ ରହିଥିଲା ସେଠି ସୂଚନା ନ ଦେଇ ଏକ ନୂତନ ଗ୍ରୁପ୍ ତିଆରି କରି ଦେଉଥିବା ଦେଖାଯାଇଛି। ଏଥି ସକାଶେ କିଛିଦିନ ପୂର୍ବରୁ କିଛି ୱେବ୍ ସାମ୍ବାଦିକ ଏସ୍ପିଙ୍କୁ ଭେଟ ହୋଇ କାରଣ ସମ୍ପର୍କରେ ଜାଣିବାକୁ ଚାହିଁ ଥିଲେ। ତେବେ ଏସପି ଅଫିସ ରେ ନଥିବାରୁ ତାଙ୍କୁ ଭେଟ ହେବା ସମ୍ଭବ ହୋଇ ନଥିଲା। ଆଜି ସେହିପରି ଉକ୍ତ ନୂତନ ଗ୍ରୁପ୍ ଦ୍ଵାରା ଏସପି ସାମ୍ବାଦିକ ସମ୍ମିଳନୀ ଡ଼କାଇ ସୂଚନା ଦେଇଥିଲେ ମଧ୍ୟ ୱେବ୍ ସାମ୍ବାଦିକ ଙ୍କୁ ଏ ବାବଦରେ ଖବର ଦିଆ ହୋଇନଥିଲା। ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୱେବ୍ ସାମ୍ବାଦିକ DIPRO ଲିଷ୍ଟ ରେ ଥିବାବେଳେ ଏବଂ ସୂଚନା ବିଭାଗ ତାଲିକାଭୁକ୍ତ ହୋଇଥିବା ବେଳେ ଝାରସୁଗୁଡ଼ା ଏସପି ଙ୍କ ଏଭଳି କାର୍ଯ୍ୟ କେତେ ଠିକ୍ ବା ଭୁଲ ତାହା ପାଠକ ହିଁ ବେଶ୍ ଭଲ ଭାବରେ ଜାଣି ପାରିବେ। କଣ ଝାରସୁଗୁଡ଼ା ଏସପି ୱେବ୍ ସାମ୍ବାଦିକଙ୍କୁ ଭୟ କରିଛନ୍ତି ନା କାହା ପ୍ରରୋଚନାରେ ରେ ଏଭଳି କାର୍ଯ୍ୟ କରୁଛନ୍ତି କି ବୋଲି ପ୍ରଶ୍ନ ଉଠାଇଛନ୍ତି କିଛି ୱେବ୍ ସାମ୍ବାଦିକ।
ତେବେ ଏ ନେଇ ଆଗକୁ ୱେବ୍ ସାମ୍ବାଦିକ କଠୋର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
