ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେଛୋଦାଦର ଗ୍ରାମ ପଞ୍ଚାୟତ ଝାରମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଅତ୍ୟନ୍ତ ଦୁଃଖଦ ଦୃଶ୍ଯ ଦେଖିବାକୁ ମିଳିଛି । ଏହି ଗ୍ରାମର ପଦ୍ମା ଭୁଏ ( ୭୫ ବର୍ଷ ବୟସ ହେଲାଣି ) ହେଲେ ଏକ ଅସହାୟ ବୃଦ୍ଧା ଓ ତାଙ୍କର ଝିଅ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ବୃଦ୍ଧାଟି ଚାଲିପାରୁ ନଥିବା ବେଳେ ଝିଅଟି ମାନସିକ ବିକାର ଗ୍ରସ୍ତ ହୋଇ ଘରେ ପଡି ରହିଛି ।
ତାଙ୍କୁ ନା ବାର୍ଦ୍ଧକ୍ଯ ଭତ୍ତା ମିଲୁଛି କି ସରକାରୀ ସାହାଯ୍ଯ ମିଳୁଛି । ସରକାର ସାମାଜିକ କଲ୍ୟାଣ ଯୋଜନାରେ ମାଲ ମାଲ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହି ମାଆଁ ଝିଅଙ୍କ ଉଭୟେ ପ୍ରଶାସନ ର ଅନ୍ତରାଳ ରେ ପଡି ରହିଛନ୍ତି । ଭତ୍ତା ପାଇଁ ପଞ୍ଚାୟତ ପ୍ରଶାସନ ତଥା ବ୍ଲକ ପ୍ରଶାସନ କୁ ଅନେକ ଥର ଜଣାଇ ଥିଲେ ମଧ୍ଯ କୌଣସି ଫଳପ୍ରଦ ହୋଇନାହିଁ । କେବଳ ଚାଉଳ ୫ କେଜି ବ୍ଯତୀତ କୌଣସି ସହାୟତା ମିଳି ପାରିବ ନାହିଁ । ଆହା କରିବାକୁ ମଧ୍ଯ କେହି ନାହିଁ । ତେଣୁ ଏହି ବୃଦ୍ଧା ପରିବାର ପ୍ରତି ପାଇକମାଲ ବ୍ଲକ ପ୍ରଶାସନ ତଥା ବରଗଡ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ସଦୟ ହୋଇ ଭତ୍ତା ତଥା ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ଉଭୟଙ୍କୁ ଥଇଥାନ କଲେ ରାହା ପାଇ ପାରନ୍ତେ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
