Type Here to Get Search Results !

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ


ବଲାଙ୍ଗିର :-

 ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ପରିସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି ।1966ମସିହା ଆଜିର ଦିନରେ ଭାରତୀୟ ପ୍ରେସ କାଉନସିଲ ର ଗଠନ ହୋଇଥିଲା ଏହା ଗଣତନ୍ତ୍ର ପାଇଁ " ସାମ୍ବାଦିକ ମାନେ ହିଁ ଗଣତନ୍ତ୍ର ର ଜଗ୍ରତ ପ୍ରହରି " । "ସାମ୍ବାଦିକ ମାନେ ଚାପ ଓ ପ୍ରଭାବ ରୁ ମୁକ୍ତ ହୋଇ ନିରପେକ୍ଷ ହୋଇ ସମ୍ଵାଦ ପରିଵେଷଣ କଲେ ଦେଶରେ ଗଣତନ୍ତ୍ର ଶକ୍ତ ସୁଦୃଢ ଓ ମଜଭୁତ ହେବ" । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ଉପ ସଭାପତି ଆନନ୍ଦ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା, ସମ୍ମାନିତ ଅତିଥି ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ଡାଗୁଡୁ, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ଓ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତ ଯୋଗଦାନ କରିଥିଲେ । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବଳରାମ ମିଶ୍ର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । କରୋନା ସଂକ୍ରମଣ ସମୟରେ ଗଣମାଧ୍ୟମ ଏକ ଗୁରୁ ଦାୟିତ୍ୱ ବହନ କରିଥିଲା, ଯାହାକି ଲୋକଙ୍କୁ ସଚେତନ କରାଇବା ତଥା ସଂକ୍ରମଣକୁ ରୋକିବା ଦିଗରେ ବେଶ୍‌ ସହାୟକ ହୋଇଥିଲା ବୋଲି ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ଚନ୍ଚଳ ରାଣା ଓ ଏସପି ନିତିନ କୁଶଳକର ଡାଗୁଡୁ ନିଜ ନିଜର ମତପ୍ରକାଶ କରିଥିବା ବେଳେ ଗଣମାଧ୍ୟମ ପକ୍ଷରୁ ସର୍ବଦା ସହଯୋଗ କାମନା କରୁଛୁ ଵୋଲି କହିଛନ୍ତି ।

ଚଳିତ ବର୍ଷ ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆ ଜାତୀୟ ପ୍ରେସ୍‌ ଦିବସ ପାଳନ ପାଇଁ ‘କରୋନା ସମୟରେ ଗଣମାଧ୍ୟମ : ଏକ ନୂତନ ଆହ୍ୱାନ’ ଶୀର୍ଷକ ବିଷୟବସ୍ତୁ ନିର୍ଦ୍ଧାରଣ କରିଥିବା ବେଳେ, ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ରଘନନ୍ଦନ ସିଂ,ଚିତ୍ତ ରଞ୍ଜନ ମିଶ୍ର ଗୋପବନ୍ଧୁ ଶତପଥି, ସୁଧିର କୁମାର ମିଶ୍ର, ଦୀପକ ପୁରୋହିତ, ବିଭୂପ୍ରସାଦ ଗଡତ୍ୟା, ତରୁଣ ସାହୁ, ଶ୍ରୀବାସ ନାଏକ, ଅଭିଳାଷ ହୋତା ପ୍ରମୁଖ ନିଜ ନିଜର ମତାମତ ପ୍ରକାଶ କରିଥିଲେ । ସାମ୍ବାଦିକମାନଙ୍କ ଆଲୋଚନାରେ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଥିବା ସ୍ୱାସ୍ଥ୍ୟ ବୀମା ରାଶି ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ବିଭୂ ପ୍ରସାଦ ଗଡ଼ତିୟା ଦୃଢେକ୍ତି ସହ ପ୍ରକାଶ କରିଥିଲେ। । ଏହି ସଭାରେ ସାଂଗଠାନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନିଲ ମହାନ୍ତି, ପ୍ରଭାକର ମିଶ୍ର, ବିକ୍ରମାନନ୍ଦ ବହିଦାର, ନବୀନ ପଶାୟତ, ଶରତ ମହାକୁର, ବିରେନ୍ଦ୍ର ଝାଙ୍କର, ସନ୍ଦୀପ କୁମାର କୁଅଁର, ଦେବାଶିଷ ମିଶ୍ର, ନୂତନ ମିଶ୍ର, ଶେଖ୍‌ ମହମ୍ମଦ ୱାହିଦ, ବିଜୟ ପ୍ରଧାନ, ସଚିତାନନ୍ଦ ବଗର୍ତ୍ତୀ, ଅନ୍ତର୍ୟାମି ସାହୁ ମହେନ୍ଦ୍ର ପଧାନ , , ବିକ୍ରମ ପାତ୍ର, ମୁନା ଗୌଡ, ଗୁପ୍ତେଶ୍ୱର ପୁଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁ ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.