ଚମ୍ପୁଆ :-
ଆଜି ଚମ୍ପୁଆ ପ୍ରେସ କ୍ଲବ ଠାରେ ଚମ୍ପୁଆ ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଉକ୍ତ ଜାତୀୟ ପ୍ରେସ ଦିବସରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତରାମ ରାୟ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଚମ୍ପୁଆ ଥାନା ଅଧିକାରୀ ଶ୍ରୀଯୁକ୍ତ ଗଗନ ବିହାରୀ ନାୟକ, ଚମ୍ପୁଆ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜିବ କୁମାର ରାଉତ ଓ ମୁଖ୍ୟବକ୍ତା ଚମ୍ପୁଆ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ଯୋଗଦାନ କରିଥିଲେ । ସଭାର ମଞ୍ଚ ପରିଚାଳନା ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ଦାସ କରିବା ସହିତ ଅତିଥି ପରିଚୟକରିଥିବା ବେଳେ ସଭା ପରିଚାଳନା ସଂଘର ସଂପାଦକ ପ୍ରଦୀପ କୁମାର ପ୍ରଧାନ କରିଥିଲେ । ସମ୍ମାନିତ ଅତିଥି ସାମ୍ବାଦିକମାନେ କିପରି ତାଙ୍କ ସମସ୍ତ ପ୍ରକାର କଷ୍ଟ ତଥା ବାଧାବିଘ୍ନକୁ ଦୂରେଇ ଦେଇ ପ୍ରତ୍ୟେକଟି କାର୍ଯ୍ୟରେ ସହଯୋଗ କରିବା ସହିତ ସୂଚନାପ୍ରଦାନ କରିବାଦ୍ୱାରା ଘଟଣା ଜନସାଧାରଣ ଜାଣିପାରୁଛନ୍ତି ସେ ବିଷୟରେ ଆଲୋକପାତ କରିଥିଲାବେଳେ ମୁଖ୍ୟବକ୍ତା ସାମ୍ବାଦିକତାର ସଂଜ୍ଞା, କାର୍ଯ୍ୟଧାରା, ସମ୍ମାନ ତଥା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ରହି ଏକ ସହଯୋଗ କରିବା ଦ୍ଵାରା ଅନେକ ଘଟଣା,ସମାସ୍ୟା ଲୋକଲୋଚନକୁ ଆସିପାରୁଛି ତାହା ବର୍ଣ୍ଣନା କରିଥିଲେ । ମୁଖ୍ୟଅତିଥି ସାମ୍ବାଦିକ ବନ୍ଧୁମାନଙ୍କର କାର୍ଯ୍ୟଧାରାକୁ ନେଇ କିପରି ଅନ୍ୟ ପାଖରେ ପରିଚିତ ହୋଇ ସହଯୋଗ କରିପାରୁଛନ୍ତି ତାହା ସଂକ୍ଷେପରେ ମତ ପ୍ରଦାନ କରିଥିଲେ । ଏଥିରେ ସର୍ବମୋଟ ୩୪ଜଣ ସାମ୍ୱାଦିକ ଯୋଗଦାନ କରିଥିଲେ । ସର୍ବଶେଷରେ ସାମ୍ବାଦିକ ପବିତ୍ର ନାୟକଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ
