Type Here to Get Search Results !

ବିଦ୍ଯୁତ୍ ସ୍ପର୍ଶ ରେ ଆସି ଦୁଇ ଜଣଙ୍କ ଜୀବନ ଗଲା।

 

ରାଇଘର :- 

 ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେଓଭରଣ୍ଡି ନୂଆପାରା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ଯୁତ୍ ତାର ସ୍ପର୍ଶ ରେ ଆସି ଦୁଇ ଜଣଙ୍କର ମ୍ରୁତ୍ୟୁ ଘଟିଛି। 

ସୁଚନାନୁଯାଇ ଦେଓଭରଣ୍ଡି ନୂଆପାରା ଗ୍ରାମର ପାଞ୍ଚ ଗଣ୍ଡ (୬୦) ଏବଂ ତାଙ୍କ ଏକ ନାବାଳିକା ନାତୁଣୀ ତିଲୋ ଗଣ୍ଡ(୧୫) ଏମାନେ ଏକ ଘରେ ରହୁଥିଲେ । ଘରେ ବିଦ୍ଯୁତ୍ ଖୁଣ୍ଟରୁ ମିଟରକୁ କେବୁଲ ତାର ଯାଇଛି। ସେଠାରୁ ଏକ ତାର ଲୁହା କବାଟ ସ୍ପର୍ଶ ଦେଇ ଭିତରକୁ ଯାଇଛି। ଲୁହା କବାଟକୁ ବାରମ୍ବାର ଖୋଲିବା ବନ୍ଦକରିବା ଦ୍ବାରା ତାରଟି ଖରାପ ହୋଇ ଲୁହା କବାଟରେ ସଟ୍ ହୋଇ ଲାଗିଯାଇଥିଲା। ଏହି ଦୁଇ ଜଣଙ୍କ ମଧ୍ଯରୁ କେହି ବି ଜଣେ କବାଟ ସ୍ପର୍ଶ ରେ ଆସିଥିଲେ ଖୋଲିବାକୁ ନ ହେଲେ କବାଟ ବନ୍ଦ କରିବାକୁ। ଏହି ସମୟରେ ଜଣେ କେହିବି ପ୍ରଥମେ ଲାଗିଯାଇଥିଲେ ଆଉ ଜଣକୁ ବଞ୍ଚାଇବାକୁ ଯାଇ ଏ ମଧ୍ଯ ଲାଗିଯାଇ ଥିବ ବୋଲି ଚର୍ଚା ହେଉଛି। ତାର ଏକ ପୁଅ ସୋମନାଥ ଗଣ୍ଡ ଗ୍ରାମର କିଛି ଦୁରରେ ଥିବା ଏକ କାଉହା ବୋଲି ଗାଁରେ ରହୁଥିଲା। ସେ ସକାଳେ ଆସି ଆଜି କଣ କବାଟ ଖୋଲା ହୋଇନାହିଁ ବୋଲି କବାଟ ଖୋଲୁଥିଲା, ତାଙ୍କୁ ମଧ୍ଯ କବାଟ ଛୁଇଁବା ମାତ୍ରେ ସଟ୍ ମାରିଥିଲା। ଏହି ଲୋକଟି ପ୍ଲାଷ୍ଟିକ ଚପଲ ପିନ୍ଧି ଥିବାରୁ ସଟ୍ ଖାଇ ଚିତ୍କାର କରି ପଡ଼ିଗଲା। କିନ୍ତୁ କିଛି ହେଲା ନାହିଁ। ଆଖ ପାଖ ଲୋକ ଏହାର ଚିତ୍କାର ଶୁଣି ଦୌଡ଼ି ଆସିଲେ। ତାକୁ କିଛି ନ ହୋଇ ଥିବାରୁ ସେ ସଟ୍ ମାରିବା କଥା କହିଥିଲେ। ପରେ ଲୋକମାନେ କରେଣ୍ଟ କୋଟ କରି କବାଟ ଖୋଲି ଦେଖିଲେ ଯେ ବୁଢୀ ଓ ତାର ନାତୁଣୀ ଘର ଚଟାଣରେ ପଡ଼ି ମରି ଯାଇଛନ୍ତି। ଏହା ପରେ ଥାନାରେ ଏବଂ ବିଦ୍ଯୁତ୍ ବିଭାଗୀୟ ଙ୍କୁ ଜଣାଇ ଥିଲେ । ଏବେ ଭାବିବା ଉଚିତ୍ ଏହି ଭୁଲଟି କାହାର ନିଜର ନା ବିଦ୍ଯୁତ୍ ବିଭାଗୀୟ କର୍ମଚାରୀଙ୍କ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । 

ନବରଙ୍ଗପୁର ରୁ ଗୋବିନ୍ଦ ବିଶ୍ୱାସ ଙ୍କ ରିପୋର୍ଟ

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.