Type Here to Get Search Results !

ନରମିଲେ କେନ୍ଦ୍ର ସରକାର, ହଟିଲା ନୂତନ କୃଷି ଆଇନ୍

 

ନୂଆଦିଲ୍ଲୀ :-

ବହୁ ଦିନ ର ସଂଗ୍ରାମ ପରେ କୃଷକ ଙ୍କ ହୋଇଛି ବିଜୟ। ଶେଷରେ ନଇଁଲେ କେନ୍ଦ୍ର ସରକାର। ନୂତନ କୃଷି ଆଇନ୍ ହେଲା ବାତିଲ ।

ନୂତନ କୃଷି ଆଇନ୍ ଲାଗୁ ହେବା ପରଠାରୁ ଦେଶ ବ୍ୟାପି ଆନ୍ଦୋଳନ ଜାରି ରହିଥିଲା। ବିଶେଷ କରି ନୂଆଦିଲ୍ଲୀ ରେ ଅନେକ ମାସ ଧରି ଆନ୍ଦୋଳନ ରେ ବସିଥିଲେ କୃଷକ ସଂଗଠନ। ନୂତନ କଳା କୃଷି ଆଇନ୍ ନ ହଟିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ତେବେ ଶେଷରେ କୃଷକ ଙ୍କ ଆଗରେ ମୁଣ୍ଡ ନୁଆଇଁ ଦେଲେ କେନ୍ଦ୍ର। ଆଜି ତିନୋଟି ନୂତନ କୃଷି ଆଇନ୍ କୁ ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କୃଷକ ମହଲରେ ଉତ୍ସାହ ଓ ଆନନ୍ଦର ଲହରୀ ଖେଳି ଯାଇଛି।ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.