ବଲାଙ୍ଗିର :-
କପାମିଳର୍ସ ଵେହାଲ "ଅସାଧୁ ଦଲାଲ ମାଲେମାଲ," ମିଲ୍ କୁ ଯିବା ବଦଳରେ ବାହାର ରାଜ୍ୟକୁ ଯାଉଛି ଶହ ଶହ ଟ୍ରକ୍,କଣ୍ଟେନର ବଲାଙ୍ଗୀର ବଲାଙ୍ଗୀର ଜିଲ୍ଲାରେ ଏଵର୍ଷ କପା ମିଲ୍ ଖୋଲିବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର କପା ମିଲ ଗୁଡିକୁ ଆଶାନୁରୁପକ ଭାବରେ କପା ଆସୁ ନାହିଁ । ଏଥିପାଇଁ ବର୍ତ୍ତମାନ ମିଳର୍ସ ମାନେ ଚିନ୍ତାରେ ପଡିଛନ୍ତି । ବିଗତ ବର୍ଷ ଗୁଡିକରେ ମିଲ୍ ମାନଙ୍କରେ ଟ୍ରକ୍, ଟ୍ରାକ୍ଟର ଆଦି ଗାଡି ଗୁଡିକର ଲମ୍ବା ଲାଇନ୍ ଲାଗୁଥିବା ବେଳେ ଚଳିତ ଜିଲ୍ଲାର ପ୍ରାୟ କପା ମିଲ୍ ଏବର୍ଷ ଖାଁ ଖାଁ ଖାଲି, ଖାଲି ଲାଗୁଛି ।
ବଲାଙ୍ଗୀର ଜିଲ୍ଲାରେ ମୋଟ୍ ୧୨ଟି କପା ମିଲକୁ ଚାଷୀଙ୍କ ଠାରୁ ସିଧାସଳକ କପା କିଣିବା ପାଇଁ ଅନୁମତି ମିଳିଥିବା ବେଳେ ଜିଲ୍ଲାର ଲକ୍ଷାଧିକ ଟଙ୍କାର ଏହି ଧଳା ସୁନା ବାହାର ରାଜ୍ୟକୁ ଚାଲାଣ ହେଉଛି । ଚଳିତ ବର୍ଷ କପାର ଏମ୍ଏସ୍ପି(ମିନିମମ୍ ସପୋର୍ଟ ପ୍ରାଇସ୍) ୭୫୦୦ଟଙ୍କା ରହିଥିବା ବେଳେ ବାହାର ରାଜ୍ୟର ମିଲ୍ ମାଲିକ ମାନେ ଏଠାକାର କିଛି ଅସାଧୁ ଅସାମାଜିକ ଦଲାଲ କୁ ନିଜର କଵଜାରେ ରଖି ଏମ୍ଏସ୍ପିରୁ ଅଧିକ ଟଙ୍କା ରେ ତଥା ଅଧିକ ମୋସଚର୍ ଥାଇ ମଧ୍ୟ ଚାଷୀଙ୍କ ଠାରୁ କପା କିଣୁଥିବାରୁ ଚାଷୀ ମାନେ ଜିଲ୍ଲାର ମିଲ୍ ମାଲିକ ମାନଙ୍କ ବଦଳରେ ବାହାର ରାଜ୍ୟର ମିଲ୍ ମାଲିକଙ୍କୁ ନିଜ ଉତ୍ପାଦିକ କପା ବିକିବା ପାଇଁ ଚାହୁଁଛନ୍ତି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ସୁଦୁର ମହାରାଷ୍ଟ୍ର ର ନାଗପୁର, ଛତିଶଗଡର ରାୟପୁର ଓ ଗୁଜରାଟର ବିଭିନ୍ନ ଫେକ୍ଟ୍ରି ଗୁଡିକରୁ ଟ୍ରକ ମାନ ଆସି ଚାଷୀ ମାନଙ୍କ ଠାରୁ ଏମ୍ଏସ୍ପି ଠାରୁ ଅଧିକ ଦରରେ କପା କିଣି ନେଉଛନ୍ତି । କିଛି ଦଲାଲ ଓ ବାହାର ରାଜ୍ୟର ମୁନାଫାଖୋର ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କପା ମିଲ୍ କୁ ଯେତେ ପରିମାଣରେ କପା ଆସିବା କଥା ସେତେ ପରିମାଣରେ କପା ଆସିପାରୁ ନାହିଁ । ଚାଷୀ ମାନଙ୍କ କହିବା କଥା ହେଲେ ବାହାର ରାଜ୍ୟର ବ୍ୟବସାୟୀ ମାନେ କପା କ୍ୱିଣ୍ଟାଲ ପ୍ରତି ଅଧିକ ଦରରେ କିଣୁ ଥିବା ରୁ ସେମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମିଲ ଗୁଡିକରେ କପା ବିକ୍ରି କରୁ ନାହାନ୍ତି । ଏପରିକି କଂଟାବାଞ୍ଜି ଅଂଚଳର ଅନେକ ସ୍ଥାନରେ ଛୋଟମୋଟ ଦୋକାନ କରି କିଛି ଅସାଧୁ ବ୍ୟବସାୟୀ ସାଗମାଛ ଦର ରେ ଚାଷୀ ମାନଙ୍କ ଠାରୁ କପା କିଣି ଏହି ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କୁ ବିକ୍ରୀ କରୁଥିବା ଦେଖିବାକୁ ମିଳିଛି । କଂଟାବାଞ୍ଜି ଅଂଚଳରେ କଣ୍ଟାଵାଞିଥାନାର ଜନୈକ ହୋମଗାଡଙ୍କ ଭାଇ ମଧ୍ୟ ଏପରି ଅସାମାଜିକ କାରବାରରେ ଲିପ୍ତ ଥିବା ଦେଖିବାକୁ ମିଳିଛି ।

ଚାଷୀ ମାନେ କପା ବିକ୍ରି କରି ଯେଉଁ ଠାରେ ଅଧିକ କିଛି ରୋଜଗାର କରିପାରୁ ଛନ୍ତି ସେଠାରେ ସେମାନେ ନିଜ ଉତ୍ପାଦନର ବିକ୍ରି କରୁଛନ୍ତି । ବଲାଙ୍ଗୀର ଜିଲ୍ଲାପାଳଙ୍କ ଏପରି ନିର୍ଦ୍ଦେଶ ଚାଷୀ ମାନଙ୍କୁ ସୁହାଇଉଛି । ତେବେ ଆମ ଅଂଚଳର ଉତ୍ପାଦିକ କପା ଚଢ଼ା ଦରରେ ପ୍ରତୈକ ଗାଁ କୁ ଵଡ ଵଡ଼ ଟ୍ରକ କଣ୍ଟେନର ଲଗେଇ ଚାଷୀ ମାନଙ୍କ ଠୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବାରୁ ମିଲରସ ମାନେ ଏଵର୍ଷ ଚିନ୍ତାରେ ପଡିଛନ୍ତି । ଅନ୍ୟ ପଟରେ ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକର ଜିଏସ୍ଟି ଓ ଅନ୍ୟାନ୍ୟ କାଗଜପତ୍ର ନଥିବା ସତ୍ତେ ବି ଏମାନଙ୍କ ବିରୁଦ୍ଧରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣକରୁ ନାହାନ୍ତି । ଗତ କିଛି ଦିନ ତଳେ ନୂଆପଡା ଜିଲ୍ଲାପାଳ ଟିକସ ଫାଙ୍କୁ ଥିବା,ଆରଏମସି ରସିଦ ନଥିବା ତଥା ବିନା ଜିଏସ୍ଟିରେ କାରବାର କରୁଥିବା ବାହାର ରାଜ୍ୟର ଅନେକ କପା ବ୍ୟବସାୟୀଙ୍କ ଟ୍ରକକୁ ଅଟକ ରଖିଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଏ ସଂକ୍ରାନ୍ତରେ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନକରିବା ମିଲରସ ମାନଙ୍କୁ ହତାଶ କରିଛି । ଜିଲ୍ଲାପାଳ ଏ ସଂର୍କରେ ପ୍ରତିକ୍ରିୟା ରଖି ଚାଷୀ ଏମ୍ଏସ୍ପି ରୁ ଅଧିକ ରେଟରେ କପା କଣି ପାରିବ କିନ୍ତୁ କମ ରେଟ୍ ରେ ବିକିପାରିବ ନାହିଁ ବୋଲି କହିଛନ୍ତି । ଚାଷୀ ଅଧିକ ରେଟ୍ରେ ବିକ୍ରି କଲେ ଆମର କିଛି କହିବାର ନାହିଁ ବୋଲି ଜିଲ୍ଲାପାଳ ରୋକ୍ଠୋକ୍ କହିଦେଇଛନ୍ତି । ତେବେ ଅସାଧୁ ଦଲାଲ ମାନଙ୍କ ଯୋଗୁଁ କପାର ଅବାଭୀ ବକ୍ରୀ ହେବା ସହ ଏଠାକର ମିଲ ମାଲିକ ମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି । ତେଣୁ ବଲାଙ୍ଗିର ଜିଲ୍ଲାପାଳ ଜିଲ୍ଲାରେ କପା ବ୍ୟବସାୟରେ ଚାଲିଥିବା ଏପରି ଅବ୍ୟବସ୍ଥା କୁ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁ ଙ୍କ ରିପୋର୍ଟ।