Type Here to Get Search Results !

ବେଆଇନ ଭାବେ ଲିଜ ଜମିକୁ ଦଖଲ କରି ଉତ୍ପିଡନ କରୁଥିବା ବିରୁଦ୍ଧରେ ଉପ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ


ପଦ୍ମପୁର :-

ପଦ୍ମପୁର ଉପଖଣ୍ଡ ସିଂହନପୁର ଗ୍ରାମର ପଦ୍ମପୁର ସବଜେଲ ନିକଟରେ ବସବାସ କରୁଥିବା ମହିଲା ସୁକାନ୍ତ ମେହେର,ସୁମିତ୍ରା ମେହେର,ଶକୁନ୍ତଳା ପାଣ୍ତେ ପ୍ରମୁଖ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ଏହି ମହିଲା ମାନେ ନିଜ ନିଜର ପରିବାର ଧରି ଦୀର୍ଘ ୩୦ ୵ ୪୦ ବର୍ଷ ହେଲାଣି ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡରେ ଥିବା ସରକାରୀ ଜମିରେ ଘରଦ୍ବାର କରି ରହି ଆସୁଥିଲେ । ପୂର୍ବତନ ବିଧାୟକ ଶ୍ରୀ ସତ୍ଯଭୂଷଣ ସାହୁ ଉକ୍ତ ପରିବାର ମାନଙ୍କୁ ଅନୁଗ୍ରହ କରି ସରକାରୀ ଜମିରେ ଘର ନିର୍ମାଣ କରି ସେମାନଙ୍କୁ ଏ ଠାରେ ରହିବା ପାଇଁ ପରାମର୍ଶ କରିଥିଲେ । କହିବା ଅନୁସାରେ ସେହି ସମୟରେ ଆରଆଇ ସେମାନଙ୍କୁ ଉକ୍ତ ଜମିକୁ ଚିହ୍ନୋଟ କରି ଦଖଲ ମଡାଇ ଦେଇଥିଲେ । କିନ୍ତୁ କିଛି ବର୍ଷ ପରେ ପଞ୍ଚାନନ ମେହେର ନାମକ ବ୍ଯକ୍ତି ସେହି ସମୟରେ ସରକାରୀ ଅମିନ ଭାବେ କାର୍ଯ୍ଯ କରୁଥିବା ବେଳେ ବେଆଇନ ଭାବେ ଉକ୍ତ ଜମିକୁ ଅକ୍ତିଆର କରି ସେଠାରେ ବାସକରି ଉପରୋକ୍ତ ମହିଲା ମାନଙ୍କୁ ଅନ୍ଯାୟ ଅତ୍ଯାଚାର କରି ବର୍ତ୍ତମାନ ସେହି ସ୍ଥାନରୁ ତଡି ଦେବାକୁ ଅପ ଚେଷ୍ଟା କରୁଅଛି । ଏ ସମ୍ପର୍କରେ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ପ୍ରଶାସନ ଠାରେ ଗୁହାରୀ କରି ଆସୁଥିଲେ ସୁଦ୍ଧା ଉପଯୁକ୍ତ ନ୍ଯାୟ ମିଳି ପାରୁନାହିଁ । ସରକାର ଭୂମିହୀନ ଲୋକଙ୍କୁ ସରକାରୀ ଜମି ଯୋଗାଇ ଦେଇ ଆବାସ ଗୃହ ନିର୍ମାଣ କରି ଥଇଥାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ମାତ୍ର ଏହି ମହିଲା ମାନଙ୍କର ସପକ୍ଷରେ ନ୍ଯାୟ ମିଳୁନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏ ସଂକ୍ରାନ୍ତରେ ସଦୟ ହୋଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଉପଯୁକ୍ତ ନ୍ଯାୟ ପ୍ରଦାନ କରିବା ପାଇଁ ମହିଲା ମାନେ ଦାବୀ କରିଛନ୍ତି ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.