Type Here to Get Search Results !

ମମିତାଙ୍କ ପରିବାରର ନିବେଦନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି.. ରାଜନୀତିକରଣ କରାନଯାଉ:ଆମକୁ ନ୍ୟାୟ ଦରକାର,



ବଲାଙ୍ଗୀର :-

ମହାଲିଙ୍ଗ ସ୍ଥିତ ସନ୍‌ସାଇନ ପବ୍ଲିକ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଓ  ଦେଶ ଵାସି ଙ୍କୁ ସ୍ତବ୍ଧ କରିଦେଇଛି । ଆଉ ଦୁଇ ଦିନପରେ ହତ୍ୟା ଘଟଣାକୁ ମାସଟେ ପୂରିବ । ଏହାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି ନେଇ ପ୍ରତିଦିନ ରାଜରାସ୍ତାରେ ନିଆଁ ଜଳୁଛି । ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ନୂଆନୂଆ ତଥ୍ୟ ପ୍ରଘଟ କରାଯାଉଛି । ଏଭଳି ସମୟରେ ମମିତାଙ୍କ ପରିବାର ପକ୍ଷରୁ ଏକ ଭାବପ୍ରବଣ ଭିଡ଼ିଓ ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗକୁ ନେଇ ରାଜନୀତି ନକରିବାକୁ ମମିତାଙ୍କ ବାପା ଏବଂ ମା  ବଡ଼ବାପା ନିବେଦନ କରିଛନ୍ତି । ଏପରିକି ମାମଲାରେ ସଠିକ୍‌ ତଦନ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦେଇପାରିବେ । ତେଣୁ ତାଙ୍କ ଉପରେ ଭରସା ଥିବା ମମିତାଙ୍କ ବାପା ସୂଚନ୍ଦ୍ର ମେହେର, ମା’ତୁଳସୀ ଏବଂ ବଡ଼ବାପା କୌଶିକ ଭିଡ଼ିଓ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ ଏବଂ ଗଣାମଧ୍ୟମ ସଂସ୍ଥାକୁ ନିବେଦନ କରି ମମିତାଙ୍କ ବାପା ସୂଚନ୍ଦ୍ର କହିଛନ୍ତି, ମମିତା ହତ୍ୟା ଘଟଣାକୁ ନେଇ ବିରୋଧୀ ଓ କେତେକ ଗଣମାଧ୍ୟମ ଲୋକପ୍ରିୟତା ନେବା ପାଇଁ ଏହାକୁ ବିଭ୍ରାଟ କରୁଛନ୍ତି । ତେଣୁ ଏସବୁ ବନ୍ଦ କରିବାକୁ ସେ ହାତଯୋଡି ନିବେଦନ କରିଛନ୍ତି । ତାଙ୍କ ଝିଅ ମମିତା ବହୁତ ଭଲ ଥିଲା । ତାହାର ହତ୍ୟା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ମମିତାଙ୍କ ହତ୍ୟାକାଣ୍ଡର ତଦନ୍ତ ବିଷୟରେ ଜାଣିବା ପାଇଁ ପରିବାରବର୍ଗ ଗତକାଲି ପୁଲିସ ପାଖକୁ ଯାଇଥିଲେ । ପୁଲିସ ତଦନ୍ତରେ ସେମାନେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି ବୋଲି କହିଛନ୍ତି । ହତ୍ୟାକାରୀ ଗୋବିନ୍ଦ ସାହୁ ସହିତ ସେ କେବେ ହେଲେ ରାୟପୁର ଯାଇନଥିଲେ । ତେଣୁ ତାଙ୍କ ଝିଅର ଚରିତ୍ର ଉପରେ ଅଙ୍ଗୁଳିି ଉଠାନଯାଉ । ଏ ସବୁ ଚର୍ଚ୍ଚା ଆଲୋଚନା ବନ୍ଦ କରାଯାଉ ବୋଲି ସମସ୍ତଙ୍କୁ ସେ ନିବେଦନ କରିଛନ୍ତି । ଏଥିସହିତ ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ମମିତା ହତ୍ୟା ଘଟଣାରେ ରାଜନୀତି ନକରନ୍ତୁ, ଏ ସବୁ ବନ୍ଦ କରାଯାଉ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବାରକୁ ନ୍ୟାୟ ଦେବେ ବୋଲି ସମଗ୍ର ପରିବାର ଭରସା ରଖିଥିବା ମମିତାଙ୍କ ବାପା ଏବଂ ମା’ ହାତ ଯୋଡି ନିବେଦନ କରିଛନ୍ତି । ସେହିପରି ମମିତାଙ୍କ ବଡ଼ବାପା କୌଶିକ ମେହେର ମଧ୍ୟ ନିବେଦନ କରି କହିଛନ୍ତି, ‘ମମିତାର ହତ୍ୟା ଘଟଣା ପରଠୁ ପରିବାରବର୍ଗ ବହୁ ଦୁଃଖରେ ଅଛନ୍ତି । ପୁଲିସ ତା’ର ତଦନ୍ତ ଜାରି ରଖିଛି ଏବଂ ଆମେ ପୁଲିସ ତଦନ୍ତରେ ସନ୍ତୁଷ୍ଟ ଅଛୁ । କିନ୍ତୁ କେତେକ ସ୍ଥାନରେ ମମିତାର ଚରିତ୍ର ଉପରେ ସଂହାର କରାଯାଉଛି ଏବଂ ଆମ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ସେ ଯିଏ ବି ହୁଅନ୍ତୁ ଏସବୁ ବନ୍ଦ କରନ୍ତୁ । ଆମକୁ ନ୍ୟାୟ ଦରକାର ଓ ଦୋଷୀକୁ ଫାଶି ଦଣ୍ଡରେ ଦଣ୍ଡିତ କରିବା ଦରକାର । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ । ଯେଉଁଥିରେ ଆମ ପରିବାର ଆହୁରି ଦୁଃଖରେ ପିଡିତ ହେବବୋଲି ମମିତାଙ୍କ ବଡ଼ବାପା କୈ।ଶିକ ମେହେର ନିବେଦନ କରିଛନ୍ତି ।



ପ୍ରକାଶ ଯେ, ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡିକୁ ଗିରଫ କରିସାରିଛି । ଉଭୟ ଅଭିଯୁକ୍ତ କଣ୍ଟାବାଞ୍ଜି ସବ୍‌ ଜେଲରେ ଥିବା ବେଳେ ଭିଡ଼ିଓ କନଫରେନ୍ସ ଜରିଆରେ ଉଭୟଙ୍କୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ଆସନ୍ତା ୧୫ତାରିଖରେ ପୁଣି ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ।ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁ ଙ୍କର ରିପୋର୍ଟ। ।ଛନ୍ତି । ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.